ଓଡିଶା

odisha

By

Published : Nov 7, 2019, 3:09 AM IST

ETV Bharat / state

ଢେଙ୍କାନାଳରେ 7ମ ଜିଲ୍ଲା ପରିଷଦ ବୈଠକ

ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୀନତି ନାୟକଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳରେ ଅନୁଷ୍ଠିତ ହୋଇଯାଇଛି 7ମ ଜିଲ୍ଲା ପରିଷଦ ବୈଠକ । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ସମୀକ୍ଷା କରାଯାଇଥିଲା ।

ଢେଙ୍କାନଳରେ 7ମ ଜିଲ୍ଲା ପରିଷଦ ବୈଠକ

ଢେଙ୍କାନାଳ: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ବୁଧବାର ୭ମ ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୀନତି ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ସମୀକ୍ଷା କରାଯାଇଛି ।

ଏହି ବୈଠକରେ ରାଜ୍ୟ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ ମଲ୍ଲିକ,ପରଜଙ୍ଗ ବିଧାୟକ ଡ. ନୃସିଂହ ସାହୁ, ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସମେତ ଜିଲ୍ଲା ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲାର ସ୍ବାସ୍ଥ୍ୟ, ପାନୀୟଜଳ, କୃଷି, ଶିକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥିତ ବିଭାଗୀୟ ସରକାରୀ ପଦାଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ।

ଢେଙ୍କାନଳରେ 7ମ ଜିଲ୍ଲା ପରିଷଦ ବୈଠକ

ଜିଲ୍ଲାରେ କିପରି ସମସ୍ତ ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଆହୁରି ତତ୍ପର ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। ଏଥିପାଇଁ ସରକାର ସହାୟତା ଦେବାକୁ ପ୍ରସ୍ତୁତ ବୋଲି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଥିଲେ। ଜିଲ୍ଲାର ଡାକ୍ତରଖାନା ମାନଙ୍କରେ ୧୮୬ଟି ଡାକ୍ତରୀ ପଦବୀରୁ ୯୯ଟି ଖାଲି ପଡିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ଜିଲ୍ଲାରେ ୪୫୦ଟି ଶିକ୍ଷକ ପଦବୀ ଖାଲିପଡିଥିବାବେଳେ କେବଳ ୭୦ଟି ଶିକ୍ଷକ ପଦବୀ ନିକଟରେ ପୂରଣ କରାଯିବ ବୋଲି ସୂଚନା ଦେଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲାର ୮ଟି ବ୍ଲକରୁ ୬ଟି ବ୍ଲକରେ ସମସ୍ତ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ନେଇ ସୂଚନା ଦିଆଯାଇଥିଲା । ଏହି ଅବସରରେ ଅଙ୍ଗନାଓ୍ବାଡି କେନ୍ଦ୍ର ଓ ଗ୍ରାମାଞ୍ଚଳ ବିଦ୍ୟୁତ୍‌ କରଣ ଉପରେ ଗୁରୁତ୍ବ ଦିଆଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details