ଢ଼େଙ୍କାନାଳ :ପୋଖରୀକୁ ଗାଧୋଇବାକୁ ଯାଇ ସାତ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କଞ୍ଚନବାହାଳୀ ଗ୍ରାମରେ । ସୂଚନାନୁସାରେ ମୃତ ପୁଅର ବାପା ସୁନିଆ ମୁଣ୍ଡା (୪୦) ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଛନ୍ତି । ଘରେ ପୁଅ ରାଜେଶ(୭), ସ୍ତ୍ରୀ ସୁକାନ୍ତି ମୁଣ୍ଡା ଓ ବାପା ସରଣ ମୁଣ୍ଡା ରୁହନ୍ତି । ସୁକାନ୍ତି ପ୍ରତିଦିନ ପରି ଆଜି ମଧ୍ୟ ନିଜର ଶିଶୁ ପୁତ୍ରକୁ ଶଶୂରଙ୍କ ଜିମା ଦେଇ ଗ୍ରାମବାସୀଙ୍କ ସହିତ କାମକରି ଚାଲିଯାଇଥିଲେ ।
ସେହି ସମୟରେ ରାଜେଶ ଏକୁଟିଆ ପୋଖରୀକୁ ଗାଧୋଇବାକୁ ପଳାଇ ଯାଇଥିଲା । ରାଜେଶ ଘରକୁ ଫେରିବା ଡେରି ହେବାରୁ ଜେଜେ ବାପା ସରଣ ଖୋଜାଖୋଜି ଆରମ୍ଭ କରିଥିଲେ । ଗ୍ରାମବାସୀଙ୍କ ସହିତ ଖୋଜାଖୋଜି କରିବା ପରେ ସନ୍ଧ୍ୟା ସମୟରେ ଗ୍ରାମ ପୋଖରୀରେ ରାଜେଶ ଭାସୁଥିବାର ଦେଖି ତାକୁ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ନେଇଥିଲେ ।