ଢେଙ୍କାନାଳ: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ପୁଣି ୬୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେପଟେ ୫୦ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ଢେଙ୍କାନାଳ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୬୫ରେ ପହଞ୍ଚିଛି ।
ଏମାନଙ୍କ ମଧ୍ୟରୁ ହୋମକ୍ବାରେଣ୍ଟାଇନରୁ ୪୫ଜଣ, ସ୍ଥାନୀୟ ସଂକ୍ରମଣର ୧୫, ଭୁବନେଶ୍ବର କଟକ ମେଡିକାଲରୁ ୭ଜଣ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ମ୍ୟୁନିସିପାଲଟିରୁ ୧୫, ଭୁବନ ଏନଏସିରୁ ୨, ଭୁବନରୁ ୬ ଜଣ, ଓଡାପଡା ୮, ସଦର ବ୍ଳକରୁ ୧୨, ଗଦିଁଆରୁ ୭, କାମାକ୍ଷାନଗର ଏନଏସିରୁ ୪, ପରଜଙ୍ଗ ଓ କାମାକ୍ଷାନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।