ଓଡିଶା

odisha

ETV Bharat / state

ଢେଙ୍କାନାଳ ସପ୍ତଶଯ୍ୟାରୁ ୬ ଅଜଗର ଉଦ୍ଧାର - ୬ଟି ଅଜଗର ସାପ ଠାବ

ଢେଙ୍କାନାଳ ସହର ଠାରୁ ପ୍ରାୟ ସାତ କିମି ଦୂର ସପ୍ତଶଯ୍ୟା ଗ୍ରାମର ଏକ ପାଇପରୁ ୬ଟି ଅଜଗର ସାପକୁ ଉଦ୍ଧାର କରାଯାଇଛି। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର...

ଢେଙ୍କାନାଳ ସପ୍ତଶଯ୍ୟା ଗାଁରୁ ୬ଟି ଅଜଗର ସାପ ଉଦ୍ଧାର
ଢେଙ୍କାନାଳ ସପ୍ତଶଯ୍ୟା ଗାଁରୁ ୬ଟି ଅଜଗର ସାପ ଉଦ୍ଧାର

By

Published : Jan 12, 2020, 8:59 PM IST

ଢେଙ୍କାନାଳ: ସହର ଠାରୁ ପ୍ରାୟ ସାତ କିମି ଦୂର ସପ୍ତଶଯ୍ୟା ଗ୍ରାମର ଏକ ପାଇପରୁ ୬ଟି ଅଜଗର ସାପକୁ ଉଦ୍ଧାର କରାଯାଇଛି। ଏହି ପାଇପରେ ସାପ ଥିବା ଖବର ପାଇ ଢେଙ୍କାନାଳର ବନ୍ୟକ ନାମକ ଏକ ସାପ ଉଦ୍ଧାର କାରୀ ଦଳ ସେଠାରେ ପହଞ୍ଚିଥିଲେ । ପରେ ପାଇପରେ ପଶି ଗୋଟିଏ ପରେ ଗୋଟିଏ ଅଜଗର ସାପକୁ ବାହାରକୁ କାଢି ଉଦ୍ଧାର କରିଥିଲେ।

ଢେଙ୍କାନାଳ ସପ୍ତଶଯ୍ୟାରୁ ୬ ଅଜଗର ଉଦ୍ଧାର

ସାପ ଗୁଡିକର ଲମ୍ବ ୧୮ ଫୁଟ,୧୨ ଫୁଟ, ୮ ଫୁଟ ଲମ୍ବ ବୋଲି ଜଣାପଡିଛି । ପରେ ସାପ ଗୁଡିକୁ ଏହି ସ୍ନେକ ହେଲ୍ପ ଲାଇନ ଟିମ ନେଇ ସପ୍ତଶଯ୍ୟା ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି। ପାଖ ସପ୍ତଶଯ୍ୟା ଜଙ୍ଗଲରେ ବହୁ ସଂଖ୍ୟକ ଅଜଗର ସାପ ରହୁଥିବା ବେଳେ ଜଙ୍ଗଲରୁ ପଳାଇଆସି ଏହି ପାଇପରେ ରହିଥିବା ସନ୍ଦେହ କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details