ଓଡିଶା

odisha

ETV Bharat / state

ଢେଙ୍କାନାଳ ଗସ୍ତରେ 5T ସଚିବ, ଜୋରନ୍ଦା ମହିମା ଧର୍ମ ପୀଠର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା - ଜୋରନ୍ଦା ମହିମା ପୀଠର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଢେଙ୍କାନାଳ ଗସ୍ତରେ ଯାଇ ଜୋରନ୍ଦା ମହିମା ଧର୍ମ ପୀଠର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫T ସଚିବ । ଅଧିକ ପଢ଼ନ୍ତୁ

5t secretary vk pandian visits dhenkanal
ଢେଙ୍କାନାଳ ଗସ୍ତରେ ୫T ସଚିବ

By

Published : May 29, 2023, 6:16 PM IST

ଢେଙ୍କାନାଳ: ଢେଙ୍କାନାଳ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଜୋରନ୍ଦା ସ୍ଥିତ ମହିମା ଧର୍ମ ପୀଠର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମୀକ୍ଷା କରିବା ସହ ଉଭୟ ସାଧୁ ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ଗସ୍ତ ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ୨୫୯କୋଟି ଟଙ୍କା ବ୍ୟୟରେ କାଳୁରିଆ ବ୍ରାହ୍ମଣୀ ସେତୁକୁ ମହିମା ସେତୁ ନାମରେ ଘୋଷଣା କରିଛନ୍ତି ।

5T ସଚିବ ଭି.କେ ପାଣ୍ଡିଆନ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହାଇସ୍କୁଲ ପଡ଼ିଆରେ ଓହ୍ଲାଇ କାରରେ ଜୋରନ୍ଦାକୁ ଯାଇଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକେ ଏକାଠି ହୋଇ ଭବ୍ଯ ସ୍ବାଗତ ଜଣାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମହିମା ଗାଦୀର ଉନ୍ନୟନ ପାଇଁ ୧୦ କୋଟିର ପ୍ୟାକେଜ ଘୋଷଣା କରାଯାଇଥିବା ବେଳେ ୫T ଏହି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେଠାରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଭାସ୍ଥଳରେ ଉପସ୍ଥିତ ହଜାର ହଜାର ମହିମା ସାଧୁ, ଶ୍ରଦ୍ଧାଳୁ ଓ ମହିମା ପ୍ରେମୀଙ୍କ ସମ୍ବୋଧିତ କରିଥିଲେ ୫T ସଚିବ । ଏହାପରେ ମହିମା ମନ୍ଦିର ଯାଇ ଦର୍ଶନ କରିଥିଲେ । କୌପନୀଧାରୀ ସାଧୁ ସମାଜକୁ ଯାଇ ତାଙ୍କ ସହ ମହିମା ଗାଦୀର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ଅଖଣ୍ଡ ଧୁନୀ ମନ୍ଦିର ଓ ଶୂନ୍ୟ ମନ୍ଦିର ଯାଇ ଦର୍ଶନ କରିଥିଲେ । ବଡ଼ ମଠ ଅର୍ଥାତ ବକଳଧାରୀ ମହିମା ସମାଜର ମଠରେ ଉଭୟ ମହିମା ସାଧୁ ଗୋଷ୍ଠୀଙ୍କ ସହ ସମୂହ ପ୍ରସାଦ ସେବନ କରିଥିଲେ ୫T ସଚିବ। ପରିଶେଷରେ ବଡ଼ ମଠ ପରିସରରେ ଏକ ଗଛ ଲଗାଇ ମହିମା ଧର୍ମର ପ୍ରସାର ପ୍ରଚାରର ବୃଦ୍ଧି ମନାସିଥିଲେ ।

ଏହି ଅବସରରେ ୨୫୯ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ବ୍ରାହ୍ମଣୀ ସେତୁକୁ ମହିମା ସେତୁ ନାମରେ ଉତ୍ସର୍ଗ କରିଛନ୍ତି । ବ୍ରାହ୍ମଣୀ ନଦୀରେ ଏହି ନବ ନିର୍ମିତ ସେତୁ ଭୁବନ ବ୍ଲକର ଦିଘି ପଞ୍ଚାୟତ ଓ ଜୋରନ୍ଦାର କାଳୁରିଆକୁ ଯୋଗାଯୋଗ କରୁଛି । ସେତୁଟି ମହିମା ଗଦୀକୁ ସିଧାସଳଖ ଯୋଗାଯୋଗ କରିବାର ଏକ ମାଧ୍ୟମ । ଏନେଇ ୫T ସଚିବ ଭି.କେ ପାଣ୍ଡିଆନ କହିଛନ୍ତି, "ସତ୍ୟ, ନିଷ୍ଠା, ନିଷ୍କାମ ଓ ଅଂହିସାର ପ୍ରତୀକ ମହିମା ଧର୍ମ । ସାରା ବିଶ୍ୱ ବିଦିତ ଏହି ମହିମା ଧର୍ମର ମୁଖ୍ୟ ପୀଠ ମହିମା ଗାଦୀର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଜାରି ରଖିଛନ୍ତି । ଏହାସହ ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ମଠ ମନ୍ଦିରଗୁଡିକର ବିକାଶ ପାଇଁ ବଦ୍ଧପରିକର ଅଛନ୍ତି ।"

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details