ଢେଙ୍କାନାଳ: ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାରେ ୫୪ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୭୫ରେ ପହଞ୍ଚିଛି ।
ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ସହରରୁ ୨୦ ଜଣ, ଭୁବନ, ସଦର ଓ କଙ୍କଡାହାଡରୁ ଜଣେ ଲେଖାଏଁ, ଓଡାପଡା ବ୍ଳକରୁ ୧୧ ଜଣ, କାମାକ୍ଷାନଗର ଓ ଗଦିଁଆରୁ ୪ ଜଣ ଲେଖାଏଁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୩୨ ଜଣ ହୋମକ୍ବାରେଣ୍ଟାଇନରୁ, ୧୨ ଜଣ ସ୍ଥାନୀୟ ଆକ୍ରାନ୍ତ ଓ ଅନ୍ୟ ୧୦ ଜଣ କଟକ ଭୁବନେଶ୍ବର ମେଡିକାଲରୁ ଚିହ୍ନଟ ହୋଇଛନ୍ତି ।