ଢେଙ୍କାନାଳ: ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ମଙ୍ଗଳବାର ଜିଲ୍ଲାରେ ପୁଣି ୫୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଢେଙ୍କାନାଳରେ ମୋଟ ଆକ୍ରାନ୍ତ ୪୧୮କୁ ବୃଦ୍ଧି ପାଇଛି । ଏହି ୫୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନଏସିରୁ ୩୧ଜଣ ଚିହ୍ନଟ ହୋଇଥିବା ବେଳେ କଙ୍କଡାହାଡ ବ୍ଳକରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନ ବ୍ଳକ ଦିଘା ସଂଗରୋଧ କେନ୍ଦ୍ର, ଏକତାଳି ସଂଗରୋଧ କେନ୍ଦ୍ର, ଜିରାଳ, ମଠକରଗୋଳାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ସେପଟେ କାମାକ୍ଷାନଗର ଏନଏସିରୁ ୩ଜଣ, ଗଦିଁଆ ମନ୍ଦାରରୁ ୨ଜଣ, ଖଣ୍ଡବନ୍ଧରୁ ୨ଜଣ, ନିହଲ ପ୍ରସାଦରୁ ଜଣେ ଓ ଅନ୍ୟ ଜଣେ ଆପୋଲ ହସ୍ପିଟାଲରେ କାର୍ଯ୍ୟରତ ସଦର ବ୍ଳକ ନରଣପୁରରୁ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୫ଜଣ ଚିହ୍ନଟ ଥିବାବେଳେ ୩୮ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।