ଓଡିଶା

odisha

ETV Bharat / state

ଢେଙ୍କାନାଳରେ ଆଉ ୫୧ ପଜିଟିଭ ଚିହ୍ନଟ, ଦିନକରେ ସର୍ବାଧିକ ୧୬୧ ସୁସ୍ଥ - ଢେଙ୍କାନାଳ ୫୧ପଜିଟିଭି ଚିହ୍ନଟ

ଢେଙ୍କାନାଳ ଜିଲ୍ଲାରେ ୫୧ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୯୯୦ ପହଞ୍ଚିଥିବା ବେଳେ ରବିବାର ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୬୧ ସୁସ୍ଥ ହୋଇ ଫେରିଛନ୍ତି। ଅଧିକ ପଢନ୍ତୁ...

ଢେଙ୍କାନାଳରେ ଆଉ ୫୧ ପଜିଟିଭି ଚିହ୍ନଟ, ଦିନକରେ ସର୍ବାଧିକ ୧୬୧ସୁସ୍ଥ
ଢେଙ୍କାନାଳରେ ଆଉ ୫୧ ପଜିଟିଭି ଚିହ୍ନଟ, ଦିନକରେ ସର୍ବାଧିକ ୧୬୧ସୁସ୍ଥ

By

Published : Sep 6, 2020, 7:23 PM IST

ଢେଙ୍କାନାଳ: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ରବିବାର ଗୋଟିଏ ଦିନରେ ସର୍ବାଧିକ ସୁସ୍ଥ ହୋଇଛନ୍ତି। ରବିବାର ଢେଙ୍କାନାଳ ଜିଲ୍ଲାରେ ୫୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୯୦ରେ ପହଞ୍ଚିଛି ।

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଦର ବ୍ଳକ ୧୪, ହିନ୍ଦୋଳରୁ ୯, ଢେଙ୍କାନାଳ ପୌରାଞ୍ଚଳରୁ ୫, କାମାକ୍ଷାନଗର ଏନଏସିରୁ ୨, ଭୁବନ ବ୍ଳକରୁ ୮ ଓ ଓଡାପଡା ବ୍ଳକରୁ ୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ହୋମକ୍ବାରେଣ୍ଟାଇନରୁ ୩୨ ଜଣ, ସ୍ଥାନୀୟ ଆକ୍ରାନ୍ତ ୧୧ ଓ ଅନ୍ୟ ୮ଜଣ କଟକ ଓ ଭୁବନେଶ୍ବର ମେଡିକାଲରୁ ଚିହ୍ନଟ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସେମାନେ ରହୁଥିବା ଗୃହଗୁଡିକୁ ବିଶୋଧନ କରାଯାଇଛି ।

ସେପଟେ ଚିକିତ୍ସା ପରେ ଜିଲ୍ଲାରେ ରବିବାର ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ସମୁଦାୟ ୧୯୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୧୫୫୮ ଜଣ ସୁସ୍ଥହୋଇ ଫେରିଛନ୍ତି । ବର୍ତ୍ତମାନ ଜିଲ୍ଲରେ ମୋଟ ୪୩୦ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details