ଓଡିଶା

odisha

ETV Bharat / state

ଲଘୁଚାପ ବର୍ଷାରେ ନଦୀ ଟାପୁରେ ଥିବା ୫୦ ଗାଈ ଉଦ୍ଧାର - 50 cow rescue from brahamani river in dhenkanal

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କମର ଗ୍ରାମରେ ଲଘୁଚାପ ବର୍ଷାରେ ବ୍ରାହ୍ମଣୀ ନଦୀ ଟାପୁରେ ଫସି ରହିଥିଲେ ୫୦ ଗାଈ । ଏହିସବୁ ଗାଈମାନଙ୍କୁ ଦମକଳ ବାହିନୀ ଓ ପରଜଙ୍ଗ ଥାନା ଅଧିକାରୀଙ୍କ ସହାୟତାରେ ଉଦ୍ଧାର କରାଯାଇଛି ।

ଲଘୁଚାପ ବର୍ଷାରେ ବ୍ରାହ୍ମଣି ନଦୀ ଟାପୁରେ ଫସି ଥିବା ୫୦ ଗାଈ ଉଦ୍ଧାର
ଲଘୁଚାପ ବର୍ଷାରେ ବ୍ରାହ୍ମଣି ନଦୀ ଟାପୁରେ ଫସି ଥିବା ୫୦ ଗାଈ ଉଦ୍ଧାର

By

Published : Aug 16, 2020, 2:48 PM IST

ଢେଙ୍କାନାଳ: ଲଘୁଚାପ ବର୍ଷାରେ ବ୍ରାହ୍ମଣୀ ନଦୀ ଟାପୁରେ ଫସି ରହିଥିଲେ ୫୦ ଗାଈ । ଏହିସବୁ ଗାଈମାନଙ୍କୁ ଦମକଳ ବାହିନୀ ଓ ପରଜଙ୍ଗ ଥାନା ଅଧିକାରୀଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କମର ଗ୍ରାମରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

ଲଘୁଚାପ ବର୍ଷାରେ ବ୍ରାହ୍ମଣି ନଦୀ ଟାପୁରେ ଫସି ଥିବା ୫୦ ଗାଈ ଉଦ୍ଧାର

ସୂଚନା ମୁତନକ ଗତକାଲି ଗ୍ରାମର ପ୍ରାୟ ୫୦ ଟି ଗାଈ ଚରିବାକୁ ଯାଇଥିବା ବେଳେ ଅଚାନକ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ତେଣୁ ଗାଈମାନେ ନଦୀ ଭିତରେ ଥିବା ଏକ ଟାପୁରେ ରହିଯାଇଥିଲେ । ପରେ ଖବର ପାଇ ପରଜଙ୍ଗ ଥାନା ଅଧିକାରୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଈମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ।

ହେଲେ ନଦୀରେ ଜଳସ୍ତର ବୃଦ୍ଧି ଓ ରାତି ହୋଇଯିବାରୁ ଗାଈ ଗୁଡିକୁ ଉଦ୍ଧାର କରା ଯାଇପାରିଲା ନାହିଁ । ଆଜି ବ୍ରାହ୍ମଣୀରେ ଜଳସ୍ତର କମିବାରୁ ଦମକଳ ବାହିନୀ ସହାୟତାରେ ଗାଈମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details