ଓଡିଶା

odisha

By

Published : Dec 12, 2020, 1:36 PM IST

ETV Bharat / state

ମାତିଲେ ପଥର ମାଫିଆ, ଆକ୍ରମଣରେ ୫ ବନକର୍ମଚାରୀ ଆହତ

ଜିଲ୍ଲାର ବେଗା ସଂରକ୍ଷିତ ଜଙ୍ଗଲରେ ବନ କର୍ମଚାରୀଙ୍କ ଚଢାଉ ସମୟରେ ପଥର ମାଫିଆମାନେ ଆକ୍ରମଣ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

5 forest guards injured by the attack of mine mafia
ପଥର ମାଫିଆଙ୍କ ଆକ୍ରମଣରେ ୫ ବନକର୍ମଚାରୀ ଆହତ

ଢେଙ୍କାନାଳ: ଜିଲ୍ଲାରେ ଶନିବାର ଷଢଙ୍ଗୀ ବନାଞ୍ଚଳର ବେଗା ସଂରକ୍ଷିତ ଜଙ୍ଗଲର କରଡ଼ାବଣୀଠାରେ ପଥର ମାଫିଆମାନେ ବନକର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡଙ୍କ ଅବସ୍ଥା ଗୁରୁତର ଥିବା ବେଳେ 4 ଜଣ ଆହତ ହୋଇଛନ୍ତି ।

ପଥର ମାଫିଆଙ୍କ ଆକ୍ରମଣରେ ୫ ବନକର୍ମଚାରୀ ଆହତ

ଷଢଙ୍ଗୀ ବନାଞ୍ଚଳ କରଡାବଣୀ ବେଆଇନ ପଥରଖାଦାନରେ ଚଢ଼ାଉ ବେଳେ ହୋଇଛି ଏହି ଆକ୍ରମଣ ଘଟିଛି । ସେମାନଙ୍କୁ ଚିକିତ୍ସା ପାଇଁ ଗଁନ୍ଦିଆସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କାରାଯାଇଛି । ଗୁରୁତର ଜଣଙ୍କ ଷଢଙ୍ଗୀ ରେଞ୍ଜ ଖଙ୍କିରା ସେକ୍ସନର ଫରେଷ୍ଟ ଗାର୍ଡ ସଞ୍ଜୟ ମହାପାତ୍ର ବୋଲି ଜଣାପଡିଛି । ତେବେ ଖଙ୍କିରା ଫରେଷ୍ଟର ରଶ୍ମିରଞ୍ଜନ ଦାସଙ୍କ ସମେତ ଅନ୍ୟ ଚାରିଜଣ ବନକର୍ମଚାରୀ ପଥର ମାଫିଆଙ୍କ ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଥାଉକି, ଖଙ୍କିରା ଫରେଷ୍ଟରଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ଶନିବାର ଷଢଙ୍ଗୀ ବନାଞ୍ଚଳର ବେଗା ସଂରକ୍ଷିତ ଜଙ୍ଗଲର କରଡ଼ାବଣୀଠାରେ ବେଆଇନ ପଥରଖଣି ଉପରେ ଚଢ଼ାଉ କରି ୪ଟି ପଥର କଟର ଜବତ କରିଥିଲେ । ଏହି ଚଢଉ ସମୟରେ ହଠାତ୍‌ ସେଠାରେ ଥିବା ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପଥର ମାଫିଆ ଏହି ବନକର୍ମଚାରୀଙ୍କୁ ଆକ୍ରମଣକରୀ ଜବତ କଟର ମଧ୍ୟ ଛଡାଇ ନେଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details