ଓଡିଶା

odisha

ETV Bharat / state

ଟ୍ରଲି ଚାଳକଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟ ଅଭିଯୋଗ - ଢେଙ୍କାନାଳ ଲୁଟ

ଟ୍ରଲି ଚାଳକଙ୍କୁ ମଧ୍ୟ ଛାଡୁ ନାହାନ୍ତି ଲୁଟେରା। ଢେଙ୍କାନାଳ ଭୁବନ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଜଣେ ଟ୍ରଲି ଚାଳକଙ୍କ ଠାରୁ 40 ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଟ୍ରଲି ଚାଳକଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟ ଅଭିଯୋଗ
ଟ୍ରଲି ଚାଳକଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟ ଅଭିଯୋଗ

By

Published : Dec 15, 2020, 9:33 AM IST

ଢେଙ୍କାନାଳ: ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରତିଦିନ ଚୋର ଡକାୟତମାନଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏମାନଙ୍କୁ ଦମନ କରିବା ପାଇଁ ଭୁବନ ଏନଏସିର ବିଭିନ୍ନ ଜାଗାରେ ସିସି କ୍ୟାମେରା ଲଗାଯାଇଛି। ତଥାପି ଲୁଟେରାଙ୍କୁ ନାହିଁ ତେଳେ ମାତ୍ର ଭୟ। ଏପରିକି ସୋମବାର ଜଣେ ଟ୍ରଲି ଚାଳକ ମଧ୍ୟ ଏହି ଲୁଟେରାଙ୍କ ଶିକାର ହୋଇଛନ୍ତି। ତାଙ୍କ ଠାରୁ 40 ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

ଟ୍ରଲି ଚାଳକଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟ ଅଭିଯୋଗ

ସୂଚନା ମୁତାବକ,କୈଳାଶ ଦାସ ନାମକ ଏହି ଟ୍ରଲି ଚାଳକ ବକେୟା ପୈଠ କରିବାକୁ ସୋମବାର ଷ୍ଟେଟ ବ୍ୟାଙ୍କରୁ ୨୦ ହଜାର ଓ କାନାଡା ବ୍ୟାଙ୍କରୁ ୨୦ ହଜାର ଟଙ୍କା ଉଠାଇଥିଲେ । ପରେ ଭୁବନ ବଜାରର ଓ୍ବାର୍ଡ-୭ ରେ ସାଇକେଲ ରଖି ଏକ ଦୋକାନରୁ ବକେୟା ଟଙ୍କା ସମ୍ପର୍କରେ କଥା ହେଉଥିବା ସମୟରେ କେହି ଦୁର୍ବୁତ୍ତ ସେ ଟଙ୍କା ରଖିଥିବା ବ୍ୟାଗକୁ ଧରି ଚମ୍ପଟ ମାରିଥିଲା

ଉକ୍ତ ବ୍ୟାଗରେ ମୋଟ ୪୦ ହଜାର ଟଙ୍କା ରହିଥିଲା ବୋଲି ଜଣାପଡିଛି। ଏ ସମ୍ପର୍କରେ ଭୁବନ ଥାନାରେ କୈଳାଶ ଅଭିଯୋଗ ପରେ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଜଣେ ଟ୍ରଲି ଚାଳକଙ୍କ ଠାରୁ ତାଙ୍କର ଏତେ ପରିମାଣରେ ଟଙ୍କା ଲୂଟ ହେବା ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ହତାସ ହୋଇପଡିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details