ଓଡିଶା

odisha

ETV Bharat / state

ମଦମୁକ୍ତ ଓଡିଶା ଦାବିରେ 400 କିମି ପଦଯାତ୍ରା - ମଦ ମୁକ୍ତ ଓଡିଶା ଦାବିରେ 400 କିମି ପଦଯାତ୍ରା

ନିଶା ନିବାରଣ, ମଦ ମୁକ୍ତ ଓଡିଶା ଗଠନ କରି ଭାରତ ବର୍ଷର ସ୍ବପ୍ନ ନେଇ ସୁଦୂର ଝାରସୁଗୁଡାରୁ ପୁରୀ ଦୀର୍ଘ ୪୦୦ କିଲୋମିଟର କରୁଛନ୍ତି ପଦଯାତ୍ରା ।ପଢନ୍ତୁ ଅଧିକ...

ମଦମୁକ୍ତ ଓଡିଶା ଦାବିରେ 400 କିମି ପଦଯାତ୍ରା
ମଦମୁକ୍ତ ଓଡିଶା ଦାବିରେ 400 କିମି ପଦଯାତ୍ରା

By

Published : Jan 17, 2021, 9:22 PM IST

ଢେଙ୍କାନାଳ: ନିଶା ନିବାରଣ , ମଦ ମୁକ୍ତ ଓଡିଶା ଗଠନ କରି ଭାରତ ବର୍ଷର ସ୍ବପ୍ନ ନେଇ ସୁଦୂର ଝାରସୁଗୁଡାରୁ ପୁରୀ ଦୀର୍ଘ ୪୦୦ କିଲୋମିଟର କରୁଛନ୍ତି ପଦଯାତ୍ରା । ମନରେ ଏଭକି ଅମାପ ସ୍ବପ୍ନ ନେଇ ବାହାରିଥିବା ବ୍ୟକ୍ତି ହେଉଛନ୍ତି 63 ବର୍ଷୀୟ ଅଭିରାମ ଶତପଥି । ନା ଅଛି ଯୌବନର ଜୋଶ , ତଥାପି ପାଦ ଥକି ପଡୁନାହିଁ ତାଙ୍କର । ଇଛା ଶକ୍ତିକୁ ପାଥେୟ କରି ନିଶା ନିବାରଣ ମଦମୁକ୍ତ ଓଡିଶା ଓ ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ବାହାରିଛନ୍ତି ଏହି ଅଭିରାମ।

ମଦମୁକ୍ତ ଓଡିଶା ଦାବିରେ 400 କିମି ପଦଯାତ୍ରା

ଝାରସୁଗୁଡ଼ାରୁ ପୁରୀ ୪୦୦ କିଲୋମିଟର ପଦଯାତ୍ରା କରି ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିବରଣୀ ଦେବାର କାର୍ଯ୍ୟକ୍ରମ ରଖିଛନ୍ତି ଅଭିରାମ। ପରେ ୨୨ତାରିଖରେ ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଅଭିରାମଙ୍କ ଏହି ପଦଯାତ୍ରା ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିକଟସ୍ଥ ଦୁର୍ଲଗା ଗାଁରୁ ଗତ ଛଅ ତାରିଖରୁ ଆରମ୍ଭ ହୋଇ ଆଜି ଢେଙ୍କାନାଳରେ ପହଞ୍ଚିଛନ୍ତି। କେବଳ ପଦଯାତ୍ରା କରୁ ନାହାନ୍ତି ବରଂ ଲୋକଙ୍କୁ ବାଟ ସାରା ନିଶାରୁ ନିବୃତ୍ତ ରହିବା ସହ ପ୍ରତ୍ୟେକ ଦିନ ଶାରୀରିକ ବ୍ୟାୟାମ କରିବା ପାଇଁ ନିବେଦନ ବି କରୁଛନ୍ତି।ଆଉ ଅଭିରାମଙ୍କ ଏଭଳି ପ୍ରଚେଷ୍ଟାକୁ ସମସ୍ତେ ସ୍ବାଗତ କରୁଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details