ଢେଙ୍କାନାଳ: ଲଗାତାର ଭାବେ ଢେଙ୍କାନାଳ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ରବିବାର ଢେଙ୍କାନାଳ ଜିଲ୍ଲାରେ ୪୦ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ପଜିଟିଭ ସଂଖ୍ୟା ୯୦୩ରେ ପହଞ୍ଚିଛି ।
ତେବେ ୪୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନଏସିରୁ ୨୧ଜଣ, ଭୁବନ ବ୍ଳକ ଓଢଣାରୁ ୨, ମାର୍ଥାପୁରରୁ ଜଣେ, ଓଡାପଡା ବ୍ଳକ ଗୁଣ୍ଡିଚାପଡାରୁ ୯ଜଣ, କାମାକ୍ଷାନଗର ଏନଏସିରୁ ୬ଜଣ ଓ ଢେଙ୍କାନାଳ ମୁନିସିପାଲଟି ମୀନାବଜାରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯ଜଣ ହୋମକ୍ବାରେଣ୍ଟାଇନରୁ, ୩୦ଜଣ ଆଣ୍ଟିଜେନ ଟେଷ୍ଟରୁ ଓ ଜଣେ ଏସସିବି ମେଡିକାଲରୁ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।