ଓଡିଶା

odisha

By

Published : Aug 3, 2020, 5:02 PM IST

ETV Bharat / state

କୋରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ ଢେଙ୍କାନାଳର 4 ଯୁବକ

କୋରୋନାରେ ପୀଡିତ ଲୋକଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିଛନ୍ତି ଢେଙ୍କାନାଳର 4 ଜଣ ଯୁବକ ।

donate plasma
କୋରୋନା ପାଇଁ ପ୍ଲାଜମା ଦାନ

ଢେଙ୍କାନାଳ: କୋରୋନାରେ ପୀଡିତ ଲୋକଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିଛନ୍ତି ଢେଙ୍କାନାଳର 4 ଜଣ ଯୁବକ । ଢେଙ୍କାନାଳ ଜିଲ୍ଲାର ଏହି 4 ଯୁବକ ସୋମବାର ସେମାନଙ୍କର ପ୍ଲାଜମା ଦାନ କରିବାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମାଧ୍ୟମରେ କଟକ ଏସସିବି ଯାଇଛନ୍ତି ।

କୋରୋନା ପାଇଁ ପ୍ଲାଜମା ଦାନ

ଏମାନେ ହେଲେ ଭୁବନ ବ୍ଲକ ଜିରାଳର ସରୋଜ ଖୁଣ୍ଟିଆ ଓ ମାନସ ରାଉତ, ସାନବ୍ରହ୍ମପୁରର ପତିତପାବନ ନାୟକ ଓ କାମାକ୍ଷାନଗର ନୂଆ ଆଳୁତମାର ଔରଙ୍ଗଜେବ ନାୟକ ବୋଲି ଜଣାପଡିଛି । କୋରୋନା ସଂକ୍ରମିତ ହୋଇ ଚିକିତ୍ସା ପରେ ଏମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସେମାନଙ୍କ ପ୍ଲାଜମା ଦାନ ଦ୍ବାରା କୋରୋନା ରୋଗୀ ସୁସ୍ଥ ହେବେ ବୋଲି 4ଜଣ ଖୁସି ବ୍ୟକ୍ତ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details