ଓଡିଶା

odisha

ETV Bharat / state

37 ବର୍ଷ ବିବାଦର ଅନ୍ତ, ମୃଦଙ୍ଗା ଗାଁ ହେବନି ବିଭାଜନ - village dispute shut out

ପଲ୍ଲୀ ସଭାରେ ସମାଧାନ ହେଲା 37 ବର୍ଷର ବିବାଦ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ମୃଦଙ୍ଗା ଗାଁ ବିଭାଜନ ହେବନି ବୋଲି ପଲ୍ଲୀସଭାରେ ନିଷ୍ପତ୍ତି ।

village dispute
37 ବର୍ଷ ବିବାଦର ଅନ୍ତ

By

Published : Dec 13, 2019, 8:49 PM IST

ଢେଙ୍କାନାଳ: ପଡିଲା 37 ବର୍ଷର ବିବାଦରେ ପୂର୍ଣ୍ଣଚ୍ଛେଦ । 2ଗାଁ ବିଭାଜନକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି । ଦୁଇଟି ଗାଁ ନୁହେଁ ଗୋଟିଏ ଗାଁ ରହିବ ବୋଲି ମୃଦଙ୍ଗା ଠାରେ ବସିଥିବା ପଲ୍ଲୀସଭାରେ ଏହା ନିଷ୍ପତ୍ତି ହୋଇଛି ।

37 ବର୍ଷ ବିବାଦର ଅନ୍ତ

ସୂଚନା ଅନୁସାରେ, ୧୯୮୨ ମସିହାରେ ଜୈନିକ ରାଜସ୍ବ ନିରୀକ୍ଷକ ମୃଦଙ୍ଗା ଗ୍ରାମର ନଟାକଟା ସାହିରେ ବସବାସ କରୁଥିବା ପ୍ରାୟ ୫୦ଟି ପରିବାରକୁ ନୂଆ ମୃଦଙ୍ଗା ନାମରେ ଏକ ଗାଁ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏହାପରେ ଗାଁ ଲୋକେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଭେଟି ଗାଁ ବିଭାଜନ ପାଇଁ ଜଣାଇଥିଲେ । ଏନେଇ ଗତ 2004 ମସିହାରେ ଜିଲ୍ଲାପାଳ ଗାଁ ବିଭାଜନ ପାଇଁ ଚିଠି ପଠାଇଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।

ତେବେ ଶୁକ୍ରବାର ଏହି ବିବାଦର ସମାଧାନ ପାଇଁ ଭୁବନ ତହସିଲ ପକ୍ଷରୁ ପଲ୍ଲୀସଭା ବସିଥିଲା । ସେଥିରେ ବିବାଦର ସମାଧାନ ହୋଇଛି । ଗାଁ ବିଭାଜନ ହେବନି ବୋଲି ସ୍ଥିର ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details