ଓଡିଶା

odisha

ETV Bharat / state

ସ୍ପିରିଟ ଟ୍ରାନ୍ସପୋର୍ଟରେ ନିୟୋଜିତ 3 ଟ୍ରକ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ - Dhenkanal accident news

3-truck-driver-found-dead-at-saktisugar-plant-dhenkanal
ସ୍ପିରିଟ ଟ୍ରାନ୍ସପୋର୍ଟରେ ନିୟୋଜିତ 3 ଟ୍ରକ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ

By

Published : May 8, 2020, 9:15 AM IST

Updated : May 8, 2020, 8:19 PM IST

08:38 May 08

ସ୍ପିରିଟ ଟ୍ରାନ୍ସପୋର୍ଟରେ ନିୟୋଜିତ 3 ଟ୍ରକ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ସ୍ପିରିଟ ଟ୍ରାନ୍ସପୋର୍ଟରେ ନିୟୋଜିତ 3 ଟ୍ରକ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ: ଜିଲ୍ଲାର ଶକ୍ତିସୁଗାର କାରଖାନା ପାର୍କିଂ ୟାର୍ଡରେ ୩ଜଣ ଟ୍ୟାଙ୍କର ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ । ପୁଲିସ ପହଞ୍ଚି ଆରମ୍ଭ କଲା ତଦନ୍ତ । ମୃତ୍ୟୁର କାରଣ ଅସ୍ପଷ୍ଟ ମାତ୍ର କାରଖାନା ସୁରକ୍ଷା ଅଧିକାରୀ କହିଲେ ହେଉଥିଲା ଜ୍ୱର ହୋଇଥିବା କହିଛନ୍ତି ।

ସାରା ବିଶ୍ୱରେ କୋରୋନା ମହାମାରୀ ରୂପ ନେଇଛି । ଓଡ଼ିଶାରେ ସଂକ୍ରମଣ ରୋକିବାକୁ ଲକ ଡାଉନ ଜାରି ରହିଥିଲେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏପରିସ୍ଥଳେ ଗୁରୁବାର ରାତିରେ ଢେଙ୍କାନାଳ ଶକ୍ତି ସୁଗାର କାରଖାନାରେ ୩ଜଣ ଅଣଓଡ଼ିଆ ଟ୍ରକ ଡ୍ରାଇଭରଙ୍କ ଅଚାନକ ମୃତ୍ୟୁ ଖବର ବେଶ ଚହଳ ପକାଇଛି । ତେବେ ଏକାଥରକେ ଏପରି ତିନି ତିନି ଜଣଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ମୃତ୍ୟୁର କାରଣକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ଏ ସମ୍ପର୍କରେ କାରଖାନାର ସୁରକ୍ଷା ଅଧିକାରୀ ଓ କାରଖାନାର ପ୍ରଶାସନିକ ଅଧିକାରୀ କଣ କୁହନ୍ତି ଜାଣିବା।

ସୂଚନା ମୁତାବକ ମୃତ ଡ୍ରାଇଭର ମାନେ ହେଲେ ବିହାର ଛାପ୍ରା ଅଞ୍ଚଳର  ରୁଦଲ ଭାରତୀ,ତାଙ୍କ ଭାଇ ଦିଲୀପ ଭାରତୀ ଓ ତାଙ୍କ ଦାଦା ପୁଅ ଭାଇ ହରେରାମ ଭାରତୀ । ସମସ୍ତଙ୍କ ବୟସ ୩୦ରୁ ୪୦ ବର୍ଷ। ଘଟଣା ସ୍ଥଳରେ ରୁଦଲର ମୃତ୍ୟୁ ଘଟିଥିବାବେଳେ ଦିଲୀପ ଓ ହରେରାମ କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳକୁ ଟାଉନ ଥାନା ପୁଲିସ ଓ ଢେଙ୍କାନାଳ ଏସପି ପହଂଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏପରିକି ପ୍ରଶାସନ ପକ୍ଷରୁ ଢେଙ୍କାନା ଳଳ ତହସିଲଦାର ମଧ୍ୟ ପହଂଚି ତଦାରଖ କରିଛନ୍ତି । ମୃତ୍ୟୁର କାରଣ ସଠିକ ଜଣାପଡି ନାହିଁ। ମୃତ ଦେହକୁ ସତର୍କତାର ସହ ପୁଲସ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ପୁଲିସ କ୍ୟାମେରା ଆଗରେ ପାଟି ଖୋଲୁ ନଥିଲେ ମଧ୍ୟ ଉପସ୍ଥିତ ଥିବା ସାଥି ଟ୍ରକ ଡ୍ରାଇଭର ମାନେ କଣ କହୁଛନ୍ତି ଆସନ୍ତୁ ଜାଣିବା ।
 

ଗୋଟିଏ ପଟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ଅହେତୁକ ଭାବେ ବୃଦ୍ଧି ଘଟୁଛି । ଏପରିସ୍ଥଳେ ଗୋଟିଏ ପରିବାରର ଏହି ଅଣଓଡ଼ିଆ ଡ୍ରାଇଭର ମାନଙ୍କର ଏପରି ସନ୍ଦେହ ଜନକ ମୃତ୍ୟୁ କୁନେଇ ସ୍ଥାନୀୟ ଲୋକ ମାନଙ୍କୁ କୋରୋନା ଭୟ ଘାରିଛି ।


ଢେଙ୍କାନାଲରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 8, 2020, 8:19 PM IST

ABOUT THE AUTHOR

...view details