ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ଆଳୁତୁମାରେ ବିଷାକ୍ତ ଫଳ ଖାଇ 3 ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ସ୍କୁଲ ଚାଲୁଥିବା ସମୟରେ ବିଦ୍ୟାଳୟ ନିକଟରେ ଥିବା ଏକ ଗଛର ବିଷାକ୍ତ ଫଳ ଗୁଡିକୁ କୋଳି ଭାବି ତୃତୀୟ ଶ୍ରେଣୀର ୩ଜଣ ଛାତ୍ରଛାତ୍ରୀ ଖାଇ ଦେଇଥିଲେ । କିଛି ସମୟ ପରେ ବିଦ୍ୟାଳୟରେ ସେମାନେ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ। ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଛାତ୍ରଛାତ୍ରୀମାନଙ୍କୁ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।