ଓଡିଶା

odisha

ETV Bharat / state

ଢେଙ୍କାନାଳରେ ପୁଣି ୩ କୋରୋନା ଆକ୍ରାନ୍ତ ଚିହ୍ନଟ - ସଙ୍ଗରୋଧ କେନ୍ଦ୍ରରେ କୋରୋନା

ଢେଙ୍କାନାଳ ଜିଲ୍ଲାରେ ୩କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 3ଜଣ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ।

ଢେଙ୍କାନାଳରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ୫୬କୁ ଛୁଇଁଲା ଆକ୍ରାନ୍ତ ସଂଖ୍ୟାଢେଙ୍କାନାଳରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ୫୬କୁ ଛୁଇଁଲା ଆକ୍ରାନ୍ତ ସଂଖ୍ୟା
ଢେଙ୍କାନାଳରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ୫୬କୁ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

By

Published : Jun 22, 2020, 1:34 PM IST

ଢେଙ୍କାନାଳ: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏପଟେ ଆଜି ପୁଣି ଢେଙ୍କାନାଳ ଜିଲ୍ଲାରେ ୩କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ୫୬ରେ ପହଞ୍ଚିଛି ।

3ଜଣ ପଜିଟିଭ ମଧ୍ୟରୁ କଙ୍କଡାହାଡ ବ୍ଲକର କରୋଡାମାଳି ସଙ୍ଗରୋଧ କେନ୍ଦ୍ରରୁ ଜଣେ ଆକ୍ରାନ୍ତ ଏବଂ ଗଡପଳାଶୁଣି ସଙ୍ଗରୋଧ କେନ୍ଦ୍ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 2ଜଣ ମହାରାଷ୍ଟ୍ରରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସେହିପରି ଓଡାପଡା ବ୍ଲକର ଘଟିପିରି ସଙ୍ଗରୋଧ କେନ୍ଦ୍ରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ହରିଆଣାରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସେମାନଙ୍କର ସ୍ବାବ ପରୀକ୍ଷା କରାଯିବା ପରେ ୨୦ଜୁନ ସଂନ୍ଧ୍ୟାରେ ରିପୋର୍ଟ ପଜିଟିଭ ଆସିଥିଲା ।

ସେମାନଙ୍କୁ ତାଳଚେରସ୍ଥିତ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ଉକ୍ତ ସଙ୍ଗରୋଧ କେନ୍ଦ୍ରଗୁଡିକୁ ବିଶୋଧନ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details