ଓଡିଶା

odisha

ETV Bharat / state

ଢେଙ୍କାନାଳରେ 3 କୋରୋନା ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ 7 - ଢେଙ୍କାନାଳ କୋରୋନା ଅପଡେଟ

3 ଆକ୍ରାନ୍ତଙ୍କ ମଧ୍ୟରୁ ହାଇଦ୍ରାବାଦରୁ ଦୁଇ ଜଣ ଓ ମହାରାଷ୍ଟ୍ରରୁ ଜଣେ ଫେରି କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଥିଲେ । ଜଣେ କାମାକ୍ଷାନଗର ବିଜ୍ଞାନ ମହାବିଦ୍ୟାଳୟ ଓ ଅନ୍ୟ ଦୁଇ ଜଣ ବଡସୁଆଁଳ କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଥିଲେ । ଅଧିକ ପଢନ୍ତୁ...

ଢେଙ୍କାନାଳରୁ 3 ପଜିଟିଭ, ମୋଟ ଆକ୍ରାନ୍ତ 7
ଢେଙ୍କାନାଳରେ 3 କୋରୋନା ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ 7

By

Published : May 26, 2020, 9:27 PM IST

ଢେଙ୍କାନାଳ: ଜିଲ୍ଲାରେ ପୁଣି 3ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର ଉପଖଣ୍ଡର ଦୁଇଟି କ୍ବାରେନଣ୍ଟାଇନ ସେଣ୍ଟରରୁ ଏହି ୩ଜଣ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତ 7କୁ ବୃଦ୍ଧି ପାଇଛି ।

ଆକ୍ରାନ୍ତ ଚିହ୍ନଟ ପରେ ଉପରୋକ୍ତ ଦୁଇ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ଏମାନଙ୍କ ମଧ୍ୟରୁ ଜଣେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳର ବାସିନ୍ଦା । ଅନ୍ୟ ଦୁଇ ଜଣ କାମାକ୍ଷାନଗର ବ୍ଳକର ବୋଲି ଜଣାପଡିଛି । 3 ଆକ୍ରାନ୍ତଙ୍କ ମଧ୍ୟରୁ ହାଇଦ୍ରାବାଦରୁ ଦୁଇ ଜଣ ଓ ମହାରାଷ୍ଟ୍ରରୁ ଜଣେ ଫେରି କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଥିଲେ ।

ଢେଙ୍କାନାଳରେ 3 କୋରୋନା ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ 7

ଜଣେ କାମାକ୍ଷାନଗର ବିଜ୍ଞାନ ମହାବିଦ୍ୟାଳୟ ଓ ଅନ୍ୟ ଦୁଇ ଜଣ ବଡସୁଆଁଳ କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଥିଲେ । ତେଣୁ ଉଭୟ କ୍ବାରେନଣ୍ଟାଇନ ସେଣ୍ଟରକୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କୋରୋନା ଚିହ୍ନଟ ପରେ ସମସ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ପ୍ରଶାସନ ସୂଚନା ଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details