ଓଡିଶା

odisha

ଲକଡାଉନରେ ବିଲୁଆ ଆତଙ୍କ, 3 ଗୁରୁତର

By

Published : Apr 24, 2020, 12:50 AM IST

ଘରେ ସମସ୍ତେ ଥିବାବେଳେ ଅଚାନକ ଏହି ବିଲୁଆଟି ତାଙ୍କ ଘରେ ପଶିଯାଇଥିଲା । ସେମାନେ ତାକୁ ଦେଖି ପାଟି କରିବାରୁ ବିଲୁଆଟି ହିଂସ୍ର ହୋଇପଡିଥିଲା । ଅଧିକ ପଢନ୍ତୁ...

ଲକଡାଉନରେ ବିଲୁଆ ଆତଙ୍କ, 3 ଗୁରୁତର
ଲକଡାଉନରେ ବିଲୁଆ ଆତଙ୍କ, 3 ଗୁରୁତର

ଢେଙ୍କାନାଳ: କୋରୋନାକୁ ନେଇ ଲକଡାଉନ ଜାରି ରହିଥିବାବେଳେ ଘରୁ ବାହାରକୁ ବାହାରିବା ଉପରେ କଡା କଟକଣା ରହିଛି । ମାତ୍ର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସାନ ନାଗେନା ଗାଁରେ ପାଲଟା ଘଟଣା ଘଟିଛି । ଘରେ ପଶି ବଣୁଆ ବିଲୁଆ ଉତ୍ପାତ କରିଛି ।

ଲକଡାଉନରେ ବିଲୁଆ ଆତଙ୍କ, 3 ଗୁରୁତର

ବିଲୁଆ କାମୁଡାରେ ଗୋଟିଏ ପରିବାରର ବୁଢା ବାପା ସହ ପୁଅ ଓ ବୋହୂ ୩ ଜଣ ଗୁରୁତର ହୋଇଛନ୍ତି । ଗ୍ରାମବାସୀ ଏହି ରକ୍ତମୁଖା ବିଲୁଆ କବଳରୁ ୩ ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଗୁରୁତରମାନେ ହେଲେ ସାନନାଗେନାର କାଙ୍ଗାଳି ମଲ୍ଲିକ, ପୁଅ ଭୀମଶେନ ମଲ୍ଲିକ ଓ ବୋହୂ ସୁନିତା ମଲ୍ଲିକ ।

ସୂଚନାଯୋଗ୍ୟ ଯେ ଲକଡାଉନ ଯୋଗୁଁ ଘରେ ସମସ୍ତେ ଥିବାବେଳେ ଅଚାନକ ଏହି ବିଲୁଆଟି ତାଙ୍କ ଘରେ ପଶିଯାଇଥିଲା । ସେମାନେ ତାକୁ ଦେଖି ପାଟି କରିବାରୁ ବିଲୁଆଟି ହିଂସ୍ର ହୋଇ ଉଠି ସମସ୍ତଙ୍କୁ ଆକ୍ରମଣ କରିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details