ଓଡିଶା

odisha

By

Published : Mar 9, 2020, 11:48 AM IST

ETV Bharat / state

ଢେଙ୍କାନାଳରେ ନିର୍ମାଣ ଶ୍ରମିକଙ୍କୁ 3 କୋଟି ବଣ୍ଟନ

ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ । ନିର୍ମାଣ ଶ୍ରମିକଙ୍କୁ 3 କୋଟି 37 ଲକ୍ଷ 49 ହଜାର ଟଙ୍କାର ପ୍ରୋତ୍ସାହନ ରାଶି କରାଗଲା ପ୍ରଦାନ । ଅଧିକ ପଢନ୍ତୁ...

3 crore distributed to construction workers
ଢେଙ୍କାନାଳରେ ନିର୍ମାଣ ଶ୍ରମିକଙ୍କୁ 3 କୋଟି ବଣ୍ଟନ

ଢେଙ୍କାନାଳ: ନିର୍ମାଣ ଶ୍ରମିକ ସେବା ସପ୍ତାହ ଅବସରରେ ଢେଙ୍କାନାଳରେ ନିର୍ମାଣ ଶ୍ରମିକଙ୍କୁ 3 କୋଟି 37 ଲକ୍ଷ 49 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ଏହି ରାଶି ପ୍ରଦାନ କରାଯାଇଛି ।

ଢେଙ୍କାନାଳରେ ନିର୍ମାଣ ଶ୍ରମିକଙ୍କୁ 3 କୋଟି ବଣ୍ଟନ

ମୃତ୍ୟୁକାଳୀନ, ବିବାହ, ପ୍ରସୂତିକାଳୀନ, ଦୁର୍ଘଟଣା ଜନିତ ଓ ଗୃହ ନିର୍ମାଣ ଆଦି ପଞ୍ଜିକୃତ ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପୂର୍ତ୍ତ ଖଣି ଓ ଶ୍ରମ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଯୋଗଦେଇଥିବାବେଳେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା, ପିଡିଡିଆରଡିଏ ନରୋତ୍ତମ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details