ଓଡିଶା

odisha

ETV Bharat / state

ଢେଙ୍କାନାଳରେ ଖୋଲିଲା ଦ୍ବିତୀୟ କୋଭିଡ ହେଲଥ ସେଣ୍ଟର

କୋରୋନା ମହାମାରୀର ମୁକାବିଲା ପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି ଢେଙ୍କାନାଳ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲାରେ ଖୋଲିଛି ଆଉ ଏକ କୋଭିଡ ହେଲଥ ସେଣ୍ଟର ।

dhenkanal latest news, covid health center in dhenkanal, corona situation in dhenkanal, corona update in dhenkanal, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଢେଙ୍କାନାଳରେ କୋଭିଡ ହେଲଥ ସେଣ୍ଟର, ଢେଙ୍କାନାଳରେ କୋରୋନା ସ୍ଥିତି, ଢେଙ୍କାନାଳରେ କୋରୋନା ଅପଡେଟ
ଢେଙ୍କାନାଳରେ ଖୋଲିଲା ଦ୍ବିତୀୟ କୋଭିଡ ହେଲଥ ସେଣ୍ଟର

By

Published : Aug 1, 2020, 7:47 PM IST

ଢେଙ୍କାନାଳ: କୋରୋନା ମହାମାରୀର ମୁକାବିଲା ପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି ଢେଙ୍କାନାଳ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲାରେ ଖୋଲିଛି ଆଉ ଏକ କୋଭିଡ ହେଲଥ ସେଣ୍ଟର । ପୂର୍ବରୁ ଜିଲ୍ଲାରେ 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିଥିବା ବେଳେ ଜିଲ୍ଲାରେ ବଢୁଥିବା ସଂକ୍ରମିତ ସଂଖ୍ୟା ପାଇଁ ଏହା ନିଅଣ୍ଟିଆ ହୋଇ ପଡିଛି । ଏଥିପାଇଁ ଆଉ ଏକ କୋଭିଡ ହେଲଥ ସେଣ୍ଟରର ପ୍ରତିଷ୍ଠା ହୋଇଥିବା ଜଣା ପଡିଛି ।

ଢେଙ୍କାନାଳରେ ଖୋଲିଲା ଦ୍ବିତୀୟ କୋଭିଡ ହେଲଥ ସେଣ୍ଟର

ଜିଲ୍ଲାରେ କୋରୋନା ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଗୋବିନ୍ଦପୁରସ୍ଥିତ କଳିଙ୍ଗ ଚକ୍ଷୁ ରିସର୍ଚ୍ଚ ସେଣ୍ଟରଠାରେ ପୁଣି 200 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି । ଏହାକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଶନିବାର ଉଦ୍‌ଘାଟନ କରିଛନ୍ତି । ଏହି ଉଦ୍‌ଘାଟନୀ ଅବସରରେ ଢେଙ୍କାନାଳ ପିଡିଡିଆରଡିଏ ନରୋତ୍ତମ ବେହେରା ଓ ଢେଙ୍କାନାଳ ସିଡିଏମଓ ଡ଼ଃ ସୁଜାତା ମିଶ୍ର ପ୍ରମୁଖ ସରକାରୀ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଢେଙ୍କାନାଳରେ ଖୋଲିଲା ଦ୍ବିତୀୟ କୋଭିଡ ହେଲଥ ସେଣ୍ଟର

ତେବେ କୋରୋନା ସଂକ୍ରମିତମାନଙ୍କୁ ଏହି କୋଭିଡ କେୟାର ହେଲଥ ସେଣ୍ଟରରେ ରଖାଯିବ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details