ଢେଙ୍କାନାଳ: ଜିଲ୍ଲାରେ ଶୁକ୍ରବାର ୨୭ ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ପଜିଟିଭ ସଂଖ୍ୟା ୧୦୫୫ରେ ପହଞ୍ଚିଲାଣି । ଏମାନଙ୍କ ମଧ୍ୟରୁ ଢେଙ୍କାନାଳ ମୁନିସପାଲଟିରୁ ୧୦ ଜଣ, ଭୁବନ ବ୍ଳକରୁ ୪, ହିନ୍ଦୋଳବ୍ଳକରୁ ୪, ସଦର ବ୍ଳକ ଓ ଓଡାପଡା ବ୍ଳକରୁ ୨ଜଣ ଲେଖାଏଁ, ପରଜଙ୍ଗ ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ସମ ହସ୍ପିଟାଲ ଓ କଟକ ଏସସିବିରୁ ଭୁବନ ଏନଏସି ଓ ଗଦିଁଆ ବ୍ଳକରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ମୁନସିପାଲଟିର କାଲଟାକ୍ସ ଅଞ୍ଚଳରୁ ୪ଜଣ, ସିମିଳିଆରୁ ୪ଜଣ, ମାଣ୍ଡପାସାହି ଓ ଜଗନ୍ନାଥ ରୋଡରୁ ଜଣେ ଲେଖାଏଁ ଚିହ୍ନଟ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ହୋମକ୍ବାରେଣ୍ଟାଇନରୁ, ୪ଜଣ ଆଣ୍ଟିଜେନ ଟେଷ୍ଟରୁ ଓ ଅନ୍ୟ ୯ ଜଣ ସ୍ଥାନୀୟ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲ, ଗୋବିନ୍ଦପୁର ସ୍ଥିତ କୋଭିଡ କେୟାର ସେଣ୍ଟର ରଓ ହିନ୍ଦୋଳ କୋଭିଡ କେୟାର ସେଣ୍ଚରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।