ଓଡିଶା

odisha

ETV Bharat / state

ମାତିଲେ ଲୁଟେରା, ଦୁଇ ମନ୍ଦିରରେ ବୁଲାଇଲେ କଳାକନା

ଗୋଟିଏ ଦିନରେ ଦୁଇଟି ମନ୍ଦିରରୁ ଲୁଟିଲେ ଲୁଟେରା । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଦାନ ବାକ୍ସ ନେଇଗଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

loot from the temple in dhenkanal
ମାତିଲେ ଲୁଟେରା :ଦୁଇଟି ମନ୍ଦିରରୁ ବୁଲାଇଲେ କଳାକନା

By

Published : Jan 13, 2021, 8:02 PM IST

Updated : Jan 13, 2021, 8:32 PM IST

ଢେଙ୍କାନାଳ:ଗୋଟିଏ ଦିନରେ ଦୁଇଟି ମନ୍ଦିରରୁ ଲୁଟିଲେ ଲୁଟେରା l ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା ଜକା ଗାଁ ମହିମା ମନ୍ଦିର ଓ କନ୍ତିଓ ପୁଟସାହି ନୀଳକଣ୍ଠେଶ୍ବର ଶିବ ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା l ଜକା ଗାଁ ଅଲେଖ ମହିମା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ପିତଳ ଝାଡ଼, ପିତଳ ଦୀପ, ପିତଳ ହଣ୍ଡା ସହ ଠାକୁରଙ୍କ ନୀତିକାନ୍ତିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ l

ମାତିଲେ ଲୁଟେରା :ଦୁଇଟି ମନ୍ଦିରରୁ ବୁଲାଇଲେ କଳାକନା


ସେହିପରି କନ୍ତିଓ ପୁଟସାହି ନୀଳକଣ୍ଠେଶ୍ବର ଶିବ ମନ୍ଦିରରୁ ମଧ୍ୟ ଦାନବାକ୍ସ, ପାର୍ବତୀଙ୍କ ସୁନା ଅଳଙ୍କାର, ସୁନା ଟିକିଲି, ପିତଳ ଘଣ୍ଟା ସମେତ ଲକ୍ଷାଧିକ ଟଙ୍କାର ଆସବାବପାତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତ l ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରାଙ୍କର କିଛି ସୁରାକ ଏପର୍ଯ୍ୟନ୍ତ ମିଳି ନଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

Last Updated : Jan 13, 2021, 8:32 PM IST

ABOUT THE AUTHOR

...view details