ଓଡିଶା

odisha

ETV Bharat / state

କୋରୋନା ଭୟ; 2 ଦିନିଆ ଭୁବନ ଏନଏସି ସଟଡାଉନ - ଏନଏସି ସଟଡାଉନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଆଜି ଠାରୁ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା । ଅଧିକ ଖବର ପଢନ୍ତୁ...

କୋରୋନା ଭୟ; 2 ଦିନିଆ ଭୁବନ ଏନଏସି ସଟଡାଉନ
କୋରୋନା ଭୟ; 2 ଦିନିଆ ଭୁବନ ଏନଏସି ସଟଡାଉନ

By

Published : Jul 23, 2020, 1:40 PM IST

ଢେଙ୍କାନାଳ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଆଜି ଠାରୁ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା । ଯାହା ଫଳରେ ଭୁବନ ଏନଏସିର ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିବା ଦେଖାଯାଇଛି। ରାସ୍ତାଘାଟ ଶୂନଶାନ ରହିଛି।

କୋରୋନା ଭୟ; 2 ଦିନିଆ ଭୁବନ ଏନଏସି ସଟଡାଉନ

ସୂଚନା ମୁତାବକ ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର ଦୁଇ କୋରୋନା ପଜିଟିଭଙ୍କ ମଧ୍ୟରୁ ଜଣେ ଭୁବନ ବଜାରକୁ ଆସି ବିଭିନ୍ନ ଦୋକାନ, ହୋଟେଲ ବୁଲିବା ସହିତ 67 ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଯାହା ଫଳରେ ଜିଲ୍ଲାପାଳ ଆଜି ଓ ଆସନ୍ତାକାଲିକୁ ସଟଡାଉନ ଘୋଷଣା କରିଛନ୍ତି ।

ତେବେ ଭୁବନ ବ୍ଲକରେ ଏଯାବତ୍ ସମୁଦାୟ 9 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details