ଢେଙ୍କାନାଳ: ରବିବାର ଜିଲ୍ଲାରୁ ପୁଣି ୨ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି । ଚିହ୍ନଟ ଦୁଇଜଣଙ୍କ ମଧ୍ୟରୁ ଜଣେ କାମାକ୍ଷାନଗର ଉପଖଣ୍ଡ ଜିରାଳ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସେ ଗତ ମେ ମାସ 26ରେ ତାମିଲନାଡୁରୁ ଫେରିଥିଲେ ।
ସେହିଭଳି ଆଉ ଜଣେ ଆକ୍ରାନ୍ତ ଗତ 1ରେ ଦିଲ୍ଲୀରୁ ଫେରି ଭୁବନ ବ୍ଲକ ବେଢା଼ପାଳ ସଙ୍ଗରୋଧ କେନ୍ଦ୍ରର ଥିଲେ । ଗତ ୪ ତାରିଖରେ ଉଭୟଙ୍କ ସ୍ବାବ ପରୀକ୍ଷା ହୋଇଥିଲା । ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଆଜି ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।