ଓଡିଶା

odisha

ETV Bharat / state

2 ଗୋରୁ ବୋଝେଇ କଣ୍ଟେନର ଜବତ; 9 ଗୋରୁ ଉଦ୍ଧାର, 5 ଗିରଫ

ଢେଙ୍କାନାଳ ଭୂବନରେ 2ଟି ଟାଟା ଏସି ଗୋରୁ ବୋଝେଇ ଗାଡିକୁ ଜବତ କରାଯିବା ସହ 5 ଜଣଙ୍କୁ ଗିରଫ ହୋଇଛନ୍ତି ।

By

Published : Oct 28, 2019, 10:52 AM IST

ଗୋରୁ ଉଦ୍ଧାର

ଢେଙ୍କାନାଳ: ଭୂବନରୁ ପୁଣି ଗୋରୁ ବୋଝେଇ ଗାଡି ଜବତ ହୋଇଛି । ଢେଙ୍କାନାଳ ଭୂବନରେ 2ଟି ଟାଟା ଏସି ଗୋରୁ ବୋଝେଇ ଗାଡିକୁ ଜବତ କରାଯିବା ସହ 5 ଜଣଙ୍କୁ ଗିରଫ ହୋଇଛନ୍ତି । ଏହାସହ 9 ଗୋରୁକୁ ଉଦ୍ଧାର କରାଯାଇଛି ।

ଗୋରୁ ବୋଝେଇ ଗାଡି ଜବତ

ସୋମବାର ଭୋର ସମୟରେ ଭୂବନର NH-୫୩ ଶାମଳ ଛକ ନିକଟରେ ଦୁଇଟି ଟାଟା ଏସିରେ ଗୋରୁ ଚାଲାଣ ହେଉଥିବା ସମୟରେ ବଜରଙ୍ଗ ଦଳ ଗାଡିକୁ ଜବତ କରି ପୋଲିସର ଜିମା ଦେଇଛନ୍ତି । ଦୁଇଟି ଗାଡିରୁ ୯ ଗୋରୁ ଉଦ୍ଧାର କରିଛି ଭୂବନ ପୋଲିସ । ଉଦ୍ଧାର ଗୋରୁ ସବୁକୁ ଆଠମଲ୍ଲିକ ଅଞ୍ଚଳରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଜଣାପଡିଛି ।

ଢେଙ୍କାନାଳ ଜିଲ୍ଲାରେ ଚାଲିଛି ବେଧଡକ ଗୋରୁ ଚାଲାଣ । ଗତ କିଛିଦିନ ତଳେ ଢେଙ୍କାନାଳ ନିହଲ ପ୍ରସାଦ ଥାନା ଅଞ୍ଚଳରୁ କମିସନରେଟ ପୁଲିସ ୬ଟି ଗୋରୁ ବୋଝେଇ ଟ୍ରକ ଜବତ କରିଥିବା ସହ ୭ଶହ ଗୋରୁ ଉଦ୍ଧାର କରିଥିଲା । ବାରମ୍ବାର ଢେଙ୍କାନାଳରୁ ଏମିତି ଖବର ଆସୁଥିଲେ ମଧ୍ୟ ଗୋରୁ ଚାଲାଣ ବନ୍ଦ ହୋଇପାରୁନି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ ।

ABOUT THE AUTHOR

...view details