ଓଡିଶା

odisha

ETV Bharat / state

3 ଦିନରୁ ନିଖୋଜ ଢେଙ୍କାନାଳର ଦୁଇସାଙ୍ଗ, ହତାଶ ପରିବାର - 3 ଦିନ ହେଲା ହଜିଲେ ଦୁଇ ବାଳକ

ରବିବାର ସକାଳୁ ଢେଙ୍କାନାଳ ବିବି ହାଇସ୍କୁଲର ଦୁଇ ଛାତ୍ର ଢେଙ୍କାନାଳ ଷ୍ଟାଡିଅମ ଯାଇ ଆଉ ଫେରି ନାହାନ୍ତି । ଅଧିକ ପଢ଼ନ୍ତୁ...

2 boys missing in dhenkanal, brajanath badajena high school, bb high school students missing, dhenkanal news, 3 ଦିନ ହେଲା ହଜିଲେ ଦୁଇ ବାଳକ, ମିଳୁନି ନିଖୋଜ ବାଳକଙ୍କ ପତ୍ତା
3 ଦିନ ହେଲା ହଜିଲେ ଦୁଇ ବାଳକ, ଏଯାଏଁ ମିଳୁନି ପତ୍ତା

By

Published : Jan 7, 2020, 7:45 PM IST

ଢେଙ୍କାନାଳ: ଜିଲ୍ଲା ବି.ବି ହାଇସ୍କୁଲର ଦୁଇଜଣ 8ମ ଶ୍ରେଣୀ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ଛାତ୍ର ଦୁଇଜଣ ହେଲେ ଢେଙ୍କାନାଳ ସହର ଗୁଡ଼ିଆନାଳି ଅଞ୍ଚଳରେ ରହୁଥିବା ବିପ୍ରବିହାରୀ ପରିଡାଙ୍କ ପୁଅ ଓମପ୍ରକାଶ ଓ କୁଞ୍ଜକାନ୍ତର ସମୀର ରଞ୍ଜନ ନାୟକଙ୍କ ପୁଅ ଆୟୁସ୍ମାନ । ଗତ ରବିବାର ସକାଳେ ଦୁଇ ସାଙ୍ଗ ଢେଙ୍କାନାଳ ଷ୍ଟାଡିୟମକୁ ଯାଇ ଆଉ ଫେରିନଥିବା ସେମାନଙ୍କ ପରିବାର ପକ୍ଷରୁ କୁହାଯାଇଛି।

3 ଦିନ ହେଲା ହଜିଲେ ଦୁଇ ବାଳକ, ଏଯାଏଁ ମିଳୁନି ପତ୍ତା

ଦୁଇ ପରିବାର ପକ୍ଷରୁ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ କରାଯାଇଛି । ତେବେ ଢେଙ୍କାନାଳ ଷ୍ଟାଡିୟମରୁ ସେମାନଙ୍କର ଗୋଟିଏ ସାଇକେଲ ଜବତ ହୋଇଛି। ଇତିମଧ୍ୟରେ ତିନି ଦିନ ବିତିଯାଇଥିଲେ ମଧ୍ୟ ନିଖୋଜ ବାଳକ ଦ୍ବୟଙ୍କର ପତ୍ତା ମିଳିନି। ଫଳରେ ଉଭୟ ପରିବାରରେ ଖେଳିଯାଇଛି ଦୁଃଖର ଲହରୀ ।

ସେପଟେ ଏକ ମାତ୍ର ପୁଅ ହଜିବା ପରେ ମା’ ମାନଙ୍କ ଆଖିରୁ ଶୁଖୁ ନାହିଁ ଲୁହ । ଢେଙ୍କାନାଳରୁ ଏପରି ଅଚାନକ ଦୁଇ ନାବାଳକଙ୍କର ନିଖୋଜ ଘଟଣାକୁ ନେଇ ସାଧାରଣରେ ବେଶ ଆଲୋଡନ ସୃଷ୍ଟି ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details