ଢେଙ୍କାନାଳ:ପୁଣି ଢେଙ୍କାନାଳ ସାଇକୃପା ଆବାସିକ ମହାବିଦ୍ୟାଳୟ(Dhenkanal Saikrupa Residential College)ର ୧୬ ଛାତ୍ର ଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସାଇକୃପା କଲେଜର କୋଭିଡ ପଜିଟିଭ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି ।
ଶିକ୍ଷାନୁଷ୍ଠାନରେ ସ୍ବାସ୍ଥ୍ୟ ବିଭାଗର କୋଭିଡ ଟେଷ୍ଟ ପାଇଁ ସ୍ବାବ ସଂଗ୍ରହ କରିଛି । କୋଭିଡ ଆଇନ ଉଲ୍ଲଘଂନ ନେଇ ପ୍ରଶାସନ ପକ୍ଷରୁ ଟାଉନ ଥାନାରେ ମାମଲା ରୁଜୁ ହୋଇଛି । କଲେଜ ଅଧ୍ୟକ୍ଷ ଓ ମାଲିକ ଅନ୍ନଦା ମହାନ୍ତିଙ୍କ ନାମରେ ଏହି ମାମଲା ହୋଇଛି । ସେପଟେ ଢେଙ୍କାନାଲ ପୌରାଞ୍ଚଳ ୱାର୍ଡ ନଂ ୩ କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏହି କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଲେଜର ୨୬୦ ଜଣଙ୍କର RT-PCR ଟେଷ୍ଟ ପାଇଁ ସ୍ବାବ ନିଆଯାଇଥିଲା ।