ଓଡିଶା

odisha

ETV Bharat / state

ପ୍ରଶାସନିକ ଅବହେଳା କାରଣରୁ ପଲିଥିନ ତଳେ ବିତୁଛି 10ରୁ ଊର୍ଦ୍ଧ୍ବ ପରିବାରର ଜୀବନ

ଗୋଟିଏ ପଟେ କୋରୋନାର କଟକଣା ଅନ୍ୟପଟେ ପ୍ରଶାସନର ଅବହେଳା । ଯାହା ପାଇଁ ଆଜି 10ରୁ ଊର୍ଦ୍ଧ୍ବ ଦଳିତ ପରିବାରର ଜୀବନ ବିତୁଛି ପଲିଥିନ ତଳେ । ଅଧିକ ପଢନ୍ତୁ...

By

Published : May 22, 2020, 6:49 PM IST

Updated : May 23, 2020, 12:29 AM IST

15 families are living under polythene due to administrative negligence
ପ୍ରଶାସନିକ ଅବହେଳା କାରଣରୁ ପଲିଥିନ ତଳେ ବିତୁଛି 10ରୁ ଉର୍ଦ୍ଧ୍ବ ପରିବାରର ଜୀବନ

ଢେଙ୍କାନାଳ: ଗୋଟିଏ ପଟେ କୋରୋନାର କଟକଣା ଅନ୍ୟପଟେ ପ୍ରଶାସନର ଅବହେଳା । ଯାହା ପାଇଁ ଆଜି 10ରୁ ଊର୍ଦ୍ଧ୍ବ ଦଳିତ ପରିବାରର ଜୀବନ ବିତୁଛି ପଲିଥିନ ତଳେ । ଲକଡାଉନ ପାଇଁ କାମଧନ୍ଦା ବନ୍ଦ ଥିବାରୁ ଅତି କଷ୍ଟରେ ଦିନ କାଟୁଛନ୍ତି ଏମାନେ ସମସ୍ତେ । ଏପରିକି ସରକାରଙ୍କ ତରଫରୁ ଯାହା ସାମଗ୍ରୀ ମିଳିଥିଲା ତାହା ମଧ୍ୟ ଶେଷ ହେବାକୁ ବସିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୪ ନମ୍ବର ୱାର୍ଡରେ ।

ପ୍ରଶାସନିକ ଅବହେଳା କାରଣରୁ ପଲିଥିନ ତଳେ ବିତୁଛି 10ରୁ ଉର୍ଦ୍ଧ୍ବ ପରିବାରର ଜୀବନ
ପ୍ରଶାସନିକ ଅବହେଳା କାରଣରୁ ପଲିଥିନ ତଳେ ବିତୁଛି 10ରୁ ଉର୍ଦ୍ଧ୍ବ ପରିବାରର ଜୀବନ

ଏହି ଓ୍ବାର୍ଡରେ ୩୦ଟି ଦଳିତ ପରିବାର ବସବାସ କରନ୍ତି । ପ୍ରତିଦିନ ମଜୁରୀ କଲେ ଏମାନଙ୍କ ଚୂଲି ଜଳିଥାଏ । ଏହି ଦଳିତ ପରିବାରଙ୍କ ମଧ୍ୟରୁ ୧୦ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଛି । ସମସ୍ତ ହିତାଧିକାରୀ ନିଜ ନିଜର ପୁରୁଣା ଛପର ଘର ଭାଙ୍ଗି ଅପେକ୍ଷା କରିଛନ୍ତି ଖାତାକୁ ଟଙ୍କା ଆସିବାକୁ । କିନ୍ତୁ ଘଟଣାକୁ 4 ମାସ ବିତିଯାଇଥିଲେ ହେଁ ଖାତାକୁ ଟଙ୍କା ଆସିନାହିଁ । ଯାହାକୁ ନେଇ ଚିନ୍ତାରେ ଏହି ପରିବାର ।

ପ୍ରଶାସନିକ ଅବହେଳା କାରଣରୁ ପଲିଥିନ ତଳେ ବିତୁଛି 10ରୁ ଊର୍ଦ୍ଧ୍ବ ପରିବାରର ଜୀବନ

ତେବେ ଆଗକୁ ବର୍ଷା ଦିନ ଆସୁଥିବାରୁ କିପରି ପରିବାର ଦିନ କାଟିବେ ସେ ଚିନ୍ତା ସେମାନଙ୍କୁ ମାଡି ବସିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 23, 2020, 12:29 AM IST

ABOUT THE AUTHOR

...view details