ଢେଙ୍କାନାଳ:ଜିଲ୍ଲା ସାଇଁବିରି ଗ୍ରାମରେ ଅଭାବନୀୟ ଘଟଣା । 11KV ବିଦ୍ୟୁତ ତାର ଛିଣ୍ଡି ଦୁଇଟି ପରିବାରର ୩ଶିଶୁଙ୍କ ସମେତ ୭ଜଣ ଆହତ । ଏହାସହ ଗ୍ରାମର 15ରୁ ଉର୍ଦ୍ଧ୍ବ ପରିବାରର ଟିଭି, ପ୍ରିଜ ସହ ଓ୍ବାସିଙ୍ଗ ମେସିନ ପୋଡି ଯାଇଥିବା ସୂଚନା । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାଇଁବିରି ଗ୍ରାମର ନୂଆ ସାହି ଉପର ଦେଇ ଯାଇଥିବା ଏହି ତାର ଛିଣ୍ଡି ପଡିଛି । ବିଦ୍ୟୁତ ତାର ତଳେ ପଡିଯିବାରୁ ପାଳ ଗଦା ନିଆଁରେ ଜଳି ଯାଇଛି । ଏହାସହ ଗ୍ରାମର 15ରୁ ଉର୍ଦ୍ଧ୍ବ ପରିବାରର ଟିଭି, ପ୍ରିଜ ସହ ଓ୍ବାସିଙ୍ଗ ମେସିନ ପୋଡି ଯାଇଛି ।
ଏହା ମଧ୍ୟ ପଢନ୍ତୁ:ବାରହା ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ
ଅପରପକ୍ଷରେ ବିଦ୍ୟୁତ କରେଣ୍ଟରେ ଗାଁରେ ସରୋଜ ବେହେରା ଓ କୁକୁମ ବେହେରାଙ୍କ ପରିବାରର ତିନି ଜଣ ଶିଶୁଙ୍କ ସମେତ ୭ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି । ଏହାସହ ଗ୍ରାମବାସୀଙ୍କର ପାଖାପାଖି 20 ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ତେବେ ଗ୍ରାମରେ ଏପରି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଗ୍ରାମବାସୀଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି । ଟାଟା ପାୱାର କମ୍ପାନୀର ଅବହେଳା ଓ ଲାଭଖୋର ମନବୃତ୍ତି ଯୋଗୁଁ ଏଭଳି ହେଉଥିବା ବାରମ୍ବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।