ଓଡିଶା

odisha

ETV Bharat / state

ହାତୀ ଉପଦ୍ରବରେ ଶହଶହ ଏକର ଧାନ ଫସଲ ନଷ୍ଟ - 100 acers of crop field damge in elephant

ଢେଙ୍କାନାଳର ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ । ଫଳରେ ଫସଲ ଅମଳ ହେବା ସମୟରେ ଉଜୁଡୁଛି ଶହ ଶହ ଏକର ଧାନ ଫସଲ ।ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ । ଅଧିକ ପଢନ୍ତୁ .....

ହାତୀ ଉପଦ୍ରବରେ ଶହଶହ  ଏକର ଧାନ ଚାଷ ନଷ୍ଟ
ହାତୀ ଉପଦ୍ରବରେ ଶହଶହ ଏକର ଧାନ ଚାଷ ନଷ୍ଟ

By

Published : Oct 20, 2020, 6:40 PM IST

ଢେଙ୍କାନାଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀପଲ ଆତଙ୍କ ଫଳରେ ବ୍ୟାପକ ଧାନଫସଲ କ୍ଷୟକ୍ଷତି ହୋଇଛି । କାମାକ୍ଷାନଗର ବ୍ଲକ କନ୍ତିଓକାଟେଣି, ତୁମୁସିଙ୍ଗା ଓ କୁସୁମଯୋଡି ଗ୍ରାମରେ ଦେଖିବାକୁ ମିଳିଛି ୬୦ ଟିକିଆ ବିଶାଳ ହାତୀପଲର ଆତଙ୍କରାଜ l ଫଳରେ ହାତୀ ଉପଦ୍ରବରେ କାମାକ୍ଷାନଗରରେ ଶହଶହ ଏକର ଧାନ ଫସଲ ନଷ୍ଟ ହୋଇଛି ।

ହାତୀ ଉପଦ୍ରବରେ ଶହଶହ ଏକର ଧାନ ଚାଷ ନଷ୍ଟ

ବର୍ତ୍ତମାନ ଫସଲ ଅମଳ ସମୟ ହୋଇଥିବା ବେଳେ ହାତୀ ଉପଦ୍ରବ ଦୁଇଗୁଣ ବଢିଯାଇଛି । ଏହି ସମୟରେ ହାତୀ ମାନେ ଜନବସତି ମୁହାଁ ହୋଇ ଧାନ ଫସଲ ଖାଇବା ସହ ବ୍ୟାପକ ଫସଲ ନଷ୍ଟ କରି କରିଛନ୍ତି l ଏ ସମସ୍ୟା ଆଜକୁ ଦୀର୍ଘ ବର୍ଷ ହେବ କାମାକ୍ଷାନଗର ଅଞ୍ଚଳରେ ମୁଣ୍ଡବିନ୍ଧାର କାରଣ ହୋଇଛି।

ଅଞ୍ଚଳର ଲୋକମାନଙ୍କ ପାଇିଁ ଅଲଗା କୈାଣସି ରୋଜଗାର ପନ୍ଥା ନଥିବା କାରଣରୁ ଶତକଡା ୯୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିନ୍ତି । କିନ୍ତୁ ଏବେ ହାତୀ ମାନଙ୍କ ଉପଦ୍ରବ ଯୋଗୁ ଶହଶହ ଏକର ଧାନ କ୍ଷେତ ନଷ୍ଟ ହେବାକୁ ବସିଲାଣି । ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗର ଏଥି ପ୍ରତି କୌଣସି ଆଖିଦୃଶିଆ ପଦକ୍ଷପ ନନେବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏ ଗଗରେ ବନ ବିଭାଗ ପଦକ୍ଷପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିର୍ପୋଟ ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details