ଓଡିଶା

odisha

ETV Bharat / state

ଦିଶାରୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଯୁବକର ମୃତ୍ୟୁ, ଥାନାରେ ଏତଲା - କ୍ବାକଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା

ଦିଶାରୀଙ୍କ ଦ୍ବାରା ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଜଣେ 26 ବର୍ଷୀୟ ଯୁବକର ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ପରିବାର ଲୋକେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ..

କ୍ବାକଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଯୁବକର ମୃତ୍ୟୁ ,  ଥାନାରେ ଏତଲା
କ୍ବାକଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଯୁବକର ମୃତ୍ୟୁ , ଥାନାରେ ଏତଲା

By

Published : Dec 25, 2020, 10:55 PM IST

ଦେବଗଡ଼: ଜିଲ୍ଲା ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଦିଶାରୀଙ୍କ ଦ୍ବାରା ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଜଣେ 26 ବର୍ଷୀୟ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ମୃତକଙ୍କ ପରିବାର ଲୋକେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବିଜୟନଗର ଗାଁର ଅରୁଣ ସ୍ବାଇଁ ନାମକ ଜଣେ 26 ବର୍ଷୀୟ ଯୁବକ ଗତ କିଛିଦିନ ପୂର୍ବରୁ ମୋଟର ସାଇକଲରୁ ଖସିପଡି ଆହତ ହୋଇଥିଲେ । ଆଜି ଆହତ ଯୁବକ ଜଣକ ବିଜୟ ନଗର ଗାଁର ଦିଶାରୀ ହଳଧର ସାହୁ ଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ । ସାହୁ ଆହତ ଯୁବକଙ୍କୁ ଏକ ଇଂଜେକ୍ସନ ଦେଇଥିଲେ । ମାତ୍ର ଇଂଜେକ୍ସନ ଦେବାପରେ ଯୁବକଙ୍କ ଅବସ୍ଥା ଅଧିକ ସଂକଟାପର୍ଣ୍ଣ ହୋଇପଡିଲା । ତାଙ୍କୁ ପରିବାର ଲୋକେ ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଆସିଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ ।

ତେବେ ମୃତକଙ୍କ ପରିବାର ଲୋକେ ଏଥିପାଇଁ ଦିଶାରୀ ହଳଧର ସାହୁଙ୍କୁ ଦାୟୀ କରିବା ସହିତ ଭୁଲ ଇଂଜେକ୍ସନ ଦେବା ଫଳରେ ଅରୁଣଙ୍କ ମୃତ୍ୟୁ ହୋଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦେବଗଡ଼ ପୋଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଦିଶାରୀକୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।

ଦେବଗଡ଼ ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details