ଓଡିଶା

odisha

ETV Bharat / state

ବିଦ୍ୟୁତ ଦରବୃଦ୍ଧି ପ୍ରତିବାଦ, ଦେବଗଡ ଯୁବ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବି। ଏନେଇ ସୋମବାର ଦେବଗଡ଼ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମହାମାରୀ କାଳରେ ବିଦ୍ୟୁତ ବିଲ ବୃଦ୍ଧିକରି ସରକାର ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ ଲଦିଦେବା ଘଟଣାକୁ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

By

Published : Sep 29, 2020, 6:36 AM IST

ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର ପାଇଁ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର ପାଇଁ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଦେବଗଡ଼: ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବି। ଏନେଇ ସୋମବାର ଦେବଗଡ଼ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦେବଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅର୍ଜୁନ ରଣଜିତଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ତଥା ପିସିସି ସେକ୍ରେଟାରୀ ସେମ ହେମ୍ବ୍ରମ ସାମିଲ ଥିଲେ।

ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର ପାଇଁ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସେହିପରି ଏଆଇସିସି ମେମ୍ବର ମିନତୀ ନାଏକ , ପୂର୍ବତନ ନଗର ସଭାପତି ତଥା ପିସିସି ମେମ୍ବର ସୁବାସ ଚନ୍ଦ୍ର ଭୋଇ , ରଜତ କୁମାର ସାହୁ , ବାସନ୍ତୀ ସାହୁଙ୍କ ସମେତ ବହୁ ଯୁବକର୍ମୀ ଉପସ୍ଥିତ ଥିଲେ ।

ସାରା ରାଜ୍ୟ କୋରୋନା ମହାମାରୀ ଭଳି ବିପତ୍ତିର ସାମ୍ନା କରୁଛି। ଏଭଳି ଦୁର୍ଦ୍ଧିନରେ ବିଦ୍ୟୁତ ବିଲ ବୃଦ୍ଧିକରି ସରକାର ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ ଲଦିଦେବା ଘଟଣାକୁ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details