ଓଡିଶା

odisha

ETV Bharat / state

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦେବଗଡ଼ ଗସ୍ତ, ବଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା - ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦେବଗଡ଼ ଗସ୍ତ

ଦେବଗଡ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ବଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା । ଅଧିକ ପଢନ୍ତୁ

wodc Chairman visit to Deogarh
wodc Chairman visit to Deogarh

By

Published : Aug 1, 2023, 10:55 AM IST

Updated : Aug 1, 2023, 12:49 PM IST

Western Odisha Development Council Chairman

ଦେବଗଡ/ଭୁବନେଶ୍ବର:ଦୁଇ ଦିନିଆ ଦେବଗଡ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଗସ୍ତରେ ପ୍ରଥମ ଦିନରେ ଦେବଗଡ଼ ପୌରାଞ୍ଚଳରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ l ଏହି ସହ ଦେବଗଡ଼ ମହାବିଦ୍ୟାଳୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଛାତ୍ରଛତ୍ରୀଙ୍କ ସହ ଆଲୋଚନା କରିଥିଲେ l ଏହି ସମୟରେ ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଡବ୍ଲୁଓଡିସି ସିଇଓ ଅଜିତ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ସରକାର ଛାତ୍ର ଛାତ୍ରୀଙ୍କୁ ଶିକ୍ଷାର ଭିତ୍ତିଭୂମି ଯୋଗାଇ ଦେଉଥିବାରୁ ଏହାର ସୁଯୋଗ ନେବାକୁ ପରାମର୍ଶ ଦେବା ସହ ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଉଚିତ ଶିକ୍ଷା ଦାନ ପାଇଁ ପରାମର୍ଶ ଦେଇଥିଲେ l ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ପ୍ରାୟ 6 କୋଟି ଟଙ୍କାରେ ନିର୍ମିତ ଅଡ଼ିଟୋରିୟମ ପରିଦର୍ଶନ କରିବା ସହ ଏହାର ଉପଯୁକ୍ତ ରକ୍ଷଣା ବେକ୍ଷଣ ପାଇଁ ପୌର ପରିଷଦକୁ ଦାଇତ୍ୱ ପ୍ରଦାନ କରିଥିଲେ l ପରେପରେ ଦେବଗଡ଼ରେ ରାଜ୍ୟ ଯୋଜନା ଅନ୍ତର୍ଗତ ୧୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଦର୍ଶନ କରିଥିଲେ । ଏହାର ଅଗ୍ରଗତିର ସମୀକ୍ଷା କରି ଜନସାଧାରଣଙ୍କୁ ନିଶୁଳ୍କ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ପରିପୂରଣ ଦିଗରେ ସାମୂହିକ ଉଦ୍ୟମ ଉପରେ ସେ ଜୋର ଦେଇଥିଲେ । ଏଥି ସହିତ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଗ୍ରଗତିର ସମୀକ୍ଷା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଓଜେଏସଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ; ନିରପେକ୍ଷତା ଓ ସାଧୁତାର ସହ କାର୍ଯ୍ୟ କର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ବିଜୁ ଏକ୍ସପ୍ରେସୱେ କରିଡରରେ ଷ୍ଟାର୍ଟ୍‌ଅପ୍‌ ନିମନ୍ତେ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆ ଯାଉଥିବାରୁ ଛାତ୍ରୀଛାତ୍ର ଏହାର ସୁଯୋଗ ନେବା ପାଇଁ ସେ ଆହ୍ବାନ ଦେଇଛନ୍ତି ।

ସେହିପରି ଦେବାଗଡ଼ ପୌରପାଳିକା ଅନ୍ତର୍ଗତ ଷୋଳ ବଖରୀ କଟାର ବିକାଶ କାମର ନୀରିକ୍ଷଣ କରିଥିଲେ । ଯଥାର୍ଥ ଭୂମିରୂପ ପ୍ରସ୍ତୁତି ଓ ବୃକ୍ଷରୋପଣ ପାଇଁ ଏବଂ ଅପର ପାର୍ଶ୍ୱରେ ଥିବା ଛଲ ବାହାଦୁର ବନ୍ଧର ସମ୍ପ୍ରସାରଣ ନିମନ୍ତେ ଆବଶ୍ୟକୀୟ କାମର ଏକ ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ଅସିତ ତ୍ରିପାଠୀ । ପରିବେଶଗତ ସନ୍ତୁଳନ ପ୍ରତି ଦୃଷ୍ଟି ଦେଇ ଏବଂ ଅତ୍ୟଧିକ କଂକ୍ରିଟ ବ୍ୟବହାର ବିନା ଦୁଇଟି ଜଳାଶୟର ଏକ ସମ୍ମିଳିତ ପ୍ରକଳ୍ପ ରେଖାଙ୍କନ ପ୍ରସ୍ତୁତି ନିମନ୍ତେ ଜଣେ ବିଶେଷଜ୍ଞଙ୍କୁ ନିୟୋଜିତ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ସେ ଗିରିପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ଅଞ୍ଚଳର ବିକାଶ ସହ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତି ନିମନ୍ତେ ମଧ୍ୟ ପରାମର୍ଶ ଦେଇଥିଲେ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଏହି ଗସ୍ତ ସମୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସିଇଓ ଅଜିତ କୁମାର ମିଶ୍ର ଓ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଦେବଗଡ, ଭୁବନେଶ୍ବର

Last Updated : Aug 1, 2023, 12:49 PM IST

ABOUT THE AUTHOR

...view details