ଦେବଗଡ: ବରାଖୋଳ ଗାଁରେ ଦେଖାଦେଇଛି ପାନୀୟ ଜଳ ସଂକଟ । ଗାଁରେ ଥିବା ଦୁଇଟି ନଳକୂପରୁ ପିଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆଡ଼ସ ପଂଚାୟତର ବରାଖୋଳ ଗାଁ । ଏହି ଦୁର୍ଗମ ପାହାଡିଆ ଗାଁରେ ବସବାସ କରି ଆସୁଛନ୍ତି 20 ଟି ଆଦିବାସୀ ପରିବାର । ଗାଁରେ ପାନୀୟ ଜଳ ବ୍ୟବସ୍ଥା ବୋଲି କହିଲେ ଅଛି କେବଳ ଦୁଇଗୋଟି ନଳକୂପ ।
ମାତ୍ର ଗାଁରେ ଥିବା ଦୁଇଗୋଟି ନଳକୂପରୁ ପିଇବା ଉପଯୋଗୀ ପାଣି ବାହାରୁ ନାହିଁ । ନଳକୂପ ଦୁଇଟିରୁ କାଦୁଅ ମିଶ୍ରିତ ପାଣି ବାହାରୁ ଥିବାରୁ ନାଳକୂପରେ କପଡା ବାନ୍ଧି ପାଣିକୁ ଛାଣି ବାଧ୍ୟହୋଇ ବ୍ୟବହାର କରି ଆସୁଛନ୍ତି ଗ୍ରାମବାସୀ । ତାହା ପୁଣି ଗ୍ରାମବାସୀଙ୍କ ପାନୀୟ ଜଳ ଆବଶ୍ୟକତା କୁ ମେଣ୍ଟାଇ ପାରୁନାହିଁ । ଫଳରେ ଗ୍ରାମବାସୀ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।