ଓଡିଶା

odisha

ETV Bharat / state

ଗାଁକୁ ନାହିଁ ନିତିଦିନିଆ ରାସ୍ତା, ଆଣ୍ଠୁଏ କାଦୁଅରେ ଯାତାୟତ କରୁଛନ୍ତି ଲୋକେ - ଗାଁରେ ରାସ୍ତା ସମସ୍ୟା

ଗାଁକୁ ନାହିଁ ନିତିଦିନିଆ ରାସ୍ତା । ଅସରାଏ ବର୍ଷାରେ ବେହାଲ ହେଉଛି ରାସ୍ତା ଅବସ୍ଥା । କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଛନ୍ତି ଲୋକ । ଦେବଗଡ ଜିଲ୍ଲା ଟାଇଁସର ପଞ୍ଚାୟତ ବେଲମୁରା ଗାଁରୁ ସାମ୍ନାକୁ ଆସିଛି ଏହି ଦୃଶ୍ୟ । ଅଧିକ ପଢନ୍ତୁ

ଗାଁକୁ ନାହିଁ ନିତିଦିନିଆ ରାସ୍ତା, ଆଣ୍ଠୁଏ କାଦୁଅରେ ଯାତାୟତ କରୁଛନ୍ତି ଲୋକେ
ଗାଁକୁ ନାହିଁ ନିତିଦିନିଆ ରାସ୍ତା, ଆଣ୍ଠୁଏ କାଦୁଅରେ ଯାତାୟତ କରୁଛନ୍ତି ଲୋକେ

By

Published : Aug 14, 2022, 10:56 AM IST

ଦେବଗଡ: ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ରାତି ପାହିଲେ ଦେଶ ୭୬ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏବେ ବି ଓଡିଶାର ଅନେକ ଗାଁରେ ନାହିଁ ନିତିଦିନିଆ ରାସ୍ତା । ଅସରାଏ ବର୍ଷା ହେଲେ ରାସ୍ତାରେ ଯାତାୟତ ଠପ୍ ହୋଇପଡୁଛି । କାଦୁଅ ପଚ ପଚ ରାସ୍ତାରେ ପ୍ରତିଦିନ ଯିବାଆସିବା କରୁଛନ୍ତି ଗ୍ରାମବାସୀ । ଏହିଭଳି କିଛି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତର ବେଲମୁରା ଗାଁରେ ।

ଗାଁକୁ ନାହିଁ ନିତିଦିନିଆ ରାସ୍ତା, ଆଣ୍ଠୁଏ କାଦୁଅରେ ଯାତାୟତ କରୁଛନ୍ତି ଲୋକେ
ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତର ବେଲମରା ଗାଁରେ ବସବାସ କରନ୍ତି 100ରୁ ଊର୍ଦ୍ଧ୍ବ ପରିବାର । ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ଦେବଗଡ଼ ସଦର ମହକୁମା ଠାରୁ ଗାଁକୁ ଯାତାୟତ ପାଇଁ ରହିଛି କେବଳ ଗୋଟିଏ ମାତ୍ର ରାସ୍ତା । ହେଲେ ବିଡ଼ମ୍ବନାର ବିଷୟ, ଆଜକୁ ଦୀର୍ଘ ବର୍ଷ ହେଲା ଏହି ରାସ୍ତା ଖଣ୍ଡକ ଶୋଚନୀୟ ହୋଇ ପଡିରହିଛି । ଅସରାଏ ବର୍ଷାରେ ବେହାଲ ହୋଇଯାଇଛି ରାସ୍ତା ଅବସ୍ଥା । ବର୍ତ୍ତମାନ ଜିଲ୍ଲାରେ ବର୍ଷା ଲାଗି ରହୁଥିବାବେଳେ ଏହି ରାସ୍ତା ଆଣ୍ଠୁଏ କାଦୁଅରେ ଭର୍ତ୍ତି ହୋଇଛି । ଏଠାରେ ଯାନବାହନ ଗଡିବା ଦୂରର କଥା, ଖାଲି ପାଦରେ ଚାଲିବା ମଧ୍ୟ ସମ୍ଭବ ହେଉନି । ଏପରିକି ସ୍କୁଲ ଯିବାକୁ ପିଲା ମଧ୍ୟ ନାନା ହଇରାଣ ହେଉଛନ୍ତି । ତଥାପି କାଦୁଅ ପଚ ପଚ ରାସ୍ତାରେ ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ଲୋକେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି ।


ପକ୍କା ରାସ୍ତାଟିଏ ପାଇଁ ଆଜକୁ ଦୀର୍ଘ ସମୟ ହେଲା ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ତିଳେଇବଣି ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଆସୁଛନ୍ତି । ହେଲେ ଗ୍ରାମବାସୀଙ୍କ ସମସ୍ୟା ପ୍ରତି କାହାର ଦୃଷ୍ଟି ପଡୁନି । ଗ୍ରାମାଞ୍ଚଳ ରାସ୍ତାର ମରାମତି ଓ ପୁନଃରୁଦ୍ଧାର ପାଇଁ ସରକାର ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବେଲମରା ଗାଁ ରାସ୍ତା ଅବସ୍ଥା ଦେଖିଲେ ସରକାରଙ୍କ ଏହି ତମାମ୍ ଯୋଜନା ବାସ୍ତବରେ କିଭଳି କାର୍ଯ୍ୟକାରୀ ହେଉଛି ତାହା ଅନୁମାନ କରାଯାଇପାରେ ।

ଇଟିଭି ଭାରତ, ଦେବଗଡ

ABOUT THE AUTHOR

...view details