ଦେବଗଡ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ । ଦେବଗଡ଼ ତିଲେଇବଣି ବ୍ଲକର କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ବାସଭବନ ଓ ଶ୍ବଶୁର ଘରେ ମଧ୍ୟ ରେଡ ଜାରି ରହିଛି ।
ଆଜି ଭୋର ପ୍ରାୟ ୫ଟା ସମୟରେ ବିକାଶଙ୍କ ବଳମସ୍ଥିତ ବାସଭବନ ଏବଂ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଭିଜିଲାନ୍ସ ଡିଏସପି ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉକେଲା ଓ ଦେବଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।