ଓଡିଶା

odisha

By

Published : Dec 15, 2019, 6:06 PM IST

ETV Bharat / state

ହାତୀ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ

ଦେବଗଡରେ ବଢୁଛି ହାତୀ ଉପଦ୍ରବ। ଚାଷ ଜମିରେ ହାତୀ ପଶିଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି। ପନିପରିବା ଚାଷ କରିଥିବା ଚାଷୀ କ୍ଷତିପୂରଣ ଦାବି କରିଛନ୍ତି।

vegetable field destroy by elephant
ହାତୀ ଉପଦ୍ରବ

ଦେବଗଡ଼: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। କିଛିଦିନ ପୂର୍ବରୁ ହାତୀପଲ ଦେବଗଡର ରିଆମାଲ ରେଞ୍ଜର ବିଭିନ୍ନ ଅଞ୍ଚଳରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଶନିବାର ରାତିରେ ପୁଣି ଏକ ହାତୀପଲ ଦେବଗଡ଼ ରେଞ୍ଜ ଅଧିନସ୍ଥ ନିକ୍ତିମାଳ ଗାଁ ଓ ଆଖପାଖ ଅଞ୍ଚଳରେ ଚାଷ ହୋଇଥିବା ବ୍ୟାପକ ପନିପରିବା ନଷ୍ଟ କରିଛନ୍ତି।

ରାତିରେ ପ୍ରାୟ ୩୦ଟି ହାତୀ ନିକ୍ତିମାଳ ଗାଁ ସମେତ ଆଖପାଖ ଅଞ୍ଚଳ ଯଥା ଗଜୁରିବଣି, କାଲକାଟ, ପାଳସାକୁଦର ଆଦି ଗାଁରେ ପଶି ପ୍ରାୟ ଦଶ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିରେ ହୋଇଥିବା ଫୁଲକୋବି, ବନ୍ଧାକୋବି ଓ ଟମାଟୋ ଆଦି ପନିପରିବାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଏହି ଅଞ୍ଚଳର ଚାଷୀ ମୁଖ୍ୟତଃ ବର୍ଷ ତମାମ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ହାତୀଙ୍କ ଉପଦ୍ରବ ପାଇଁ ସେମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଛି।

ହାତୀ ଉପଦ୍ରବ

ହାତୀପଲଙ୍କୁ ଘଉଡାଇବା ପାଇଁ ଦେବଗଡ଼ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିଲେ ମଧ୍ୟ, ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ବରଂ ହାତୀଙ୍କ ଉପଦ୍ରବ ବିଭିନ୍ନ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଯାହା ବର୍ତ୍ତମାନ ବନବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଚାଷୀକୂଳଙ୍କ କ୍ଷୟକ୍ଷତିର ସଠିକ ଆକଳନ କରି ବନ ବିଭାଗ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।

ଦେବଗଡରୁ ସରୋଜ ସତପଥୀ, ଇଟିଭି ଭାରତ

ABOUT THE AUTHOR

...view details