ଦେବଗଡ:କୋଳ ଖାଲି କରିଦେଲା ସାପ । ବର୍ଷା ଦିନରେ ଭୟ ବଢାଇଛି ସାପ । ପୁଣି ଜୀବନ ନେଲା ବିଷଧର ସାପ । ରାତିରେ ଶୋଇଥିବା ବେଳେ ସାପ କାମୁଡାରେ ଦୁଇ ନାବାଳକ ଭାଇଙ୍କର ମୃତ୍ୟୁ ହୋଇଛି । ଦେବଗଡ ଜିଲ୍ଲା ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଏହି ଅଘଟ ଘଟିଛି । ଘର ଚଟାଣରେ ଶୋଇଥିବା ବେଳେ ବିଷଧର ଚିତି ସାପ କାମୁଡାରେ ଦୁଇ ନାବାଳାକଙ୍କ ଜୀବନ ଦୀପ ଲିଭି ଯାଇଛି ।
ଏହା ବି ପଢନ୍ତୁ...Snake Bite Death: କୋଚିଂ ସେଣ୍ଟରରେ ଶୋଇଥିଲେ ଦଂଶିଲା ବିଷଧର ସାପ, ଆଖି ବୁଜିଲେ 3 ଛାତ୍ରଛାତ୍ରୀ
ସୂଚନା ଅନୁଯାୟୀ, ଜାଙ୍ଗିଲିକୁଦର ଗାଁର ସର୍ବେଶ୍ଵର ଦେହୁରୀଙ୍କ ବଡ଼ ପୁଅ ଗୌରାଙ୍ଗ (୧୪) ଓ ସାନ ପୁଅ ସୌଭାଗ୍ୟ(୮) ଗତକାଲି ରାତିରେ ଖାଇ ସାରି ପରିବାର ସଦସ୍ୟଙ୍କ ସହିତ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଗୌରାଙ୍ଗ ଓ ସୌଭାଗ୍ଯଙ୍କୁ କାମୁଡି ଦେଇଥିଲା । ବାପା ସର୍ବେଶ୍ଵର ସେମାନଙ୍କୁ ସାପ କାମୁଡି ଥିବା ଜାଣିବା ପରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସାନଭାଇ ସୌଭାଗ୍ୟଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ବଡ ଭାଇ ଗୌରାଙ୍ଗର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଥିଲା । ଖବରପାଇ ଦେବଗଡ ଥାନା ପୋଲିସ ମୃତଦେହ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇ ପୁଅକୁ ହରାଇ ଅବାକ ହୋଇଛି ପରିବାର । ଜାଙ୍ଗିଲିକୁଦର ଗାଁରେ ଏକ ଶୋକର ଛାୟା ଖେଳାଯାଇଛି ।