ଦେବଗଡ଼: ରିଆମାଳ ବ୍ଲକ ଅନ୍ତର୍ଗତ ଟିଙ୍କବୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇଲେ ଅଭିଭାବକ। ଉକ୍ତ ବିଦ୍ୟାଳୟରେ ବିଜ୍ଞାନ, ଗଣିତ, କମ୍ପ୍ୟୁଟର, ସାହିତ୍ୟ, ଇତିହାସ ଓ ଭୂଗୋଳ ବିଭାଗରେ ଶିକ୍ଷକ ନାହାନ୍ତି । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସମସ୍ୟା ଦେଖାଦେଉଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକ ଓ ଗ୍ରାମବାସୀ କହିଛନ୍ତି ।
ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ - ଟିଙ୍କବୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ
ରିଆମାଳ ବ୍ଲକ ଅନ୍ତର୍ଗତ ଟିଙ୍କବୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇଲେ ଅଭିଭାବକ । ଅଧିକ ପଢ଼ନ୍ତୁ...
୨ ବର୍ଷ ତଳେ ବିଦ୍ୟାଳୟ ବିଜ୍ଞାନ ଓ ଗଣିତ ଶିକ୍ଷକ ଅଭାବ ଯୋଗୁଁ ଦୀର୍ଘ ୨୩ଦିନ ଧରି ବିଦ୍ୟାଳୟରେ ତାଲା ପକାଇଥିଲେ । ଏହାପରେ ରଞ୍ଜନ କୁମାର ପ୍ରଧାନଙ୍କୁ ସ୍କୁଲରେ ନିଯୁକ୍ତ କରାଯାଇଥିଲା । ଏହାପରେ ବିଦ୍ୟାଳୟରେ ପାଠପଢ଼ା ସୁରୁଖୁରୁରେ ଚାଲିଥିଲା । କିଛିଦିନ ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇ ନିବେଦିତା ସାହୁଙ୍କୁ ଏଠାକୁ ଅଣା ଯାଇଥିଲା । ଦେବଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଗତ ୭ ଦିନ ତଳେ ଟିଙ୍କବୀର ଉଚ୍ଚ ବିଦ୍ୟାଳୟରୁ ତାଙ୍କୁ କୁଣ୍ଢେଇଗୋଳା ବଦଳି କରିଛନ୍ତି । ବିଜ୍ଞାନ ଓ ଗଣିତ ଶିକ୍ଷକ ଅଭାବରୁ ପାଠପଢ଼ା ହୋଇପାରିବ ନାହିଁ ବୋଲି ପ୍ରଧାନଶିକ୍ଷକ ଜଗବନ୍ଧୁ ରଣା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିବା ସହ ବିଦ୍ୟାଳୟ ସଂପର୍କରେ ଅବଗତ କରିଥିଲେ। କୁଣ୍ଢେଇଗୋଳା ଉଚ୍ଚ ବିଦ୍ୟାଳୟ ୨ ଜଣ ବିଜ୍ଞାନ ଓ ଗଣିତ ଶିକ୍ଷକ ଥିବାବେଳେ ପୁନର୍ବାର ନିବେଦିତା ସାହୁଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ