ଓଡିଶା

odisha

ETV Bharat / state

କୋରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା 109 ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ - deogarh news

ଦେବଗଡ ଜିଲ୍ଲାର ପ୍ରଥମ କୋରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା 109 ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ । ଦ୍ବିତୀୟ ପର୍ଯ୍ୟାୟ ରିପୋର୍ଟକୁ ଅପେକ୍ଷା । ଅଧିକ ପଢନ୍ତୁ...

କୋରୋନା ପଜିଟିଭ ସଂସ୍ପର୍ଶରେ ଆସିଥିବା 109 ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ
କୋରୋନା ପଜିଟିଭ ସଂସ୍ପର୍ଶରେ ଆସିଥିବା 109 ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ

By

Published : May 8, 2020, 2:37 PM IST

ଦେବଗଡ: ଜିଲ୍ଲାବାସୀଙ୍କ ପାଇଁ ଏକ ଆଶ୍ବସ୍ତି ଖବର । ଜିଲ୍ଲାର ପ୍ରଥମ କୋରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା 109 ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ । ପ୍ରଥମେ ପର୍ଯ୍ୟାୟରେ 109 ଜଣ ସ୍ବାବ ପଠାଯାଇଥିବାବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଛି ।

ଦେବଗଡ ଜିଲ୍ଲା ବାସୁଦେବପୁର ଗାଁରେ ଜଣେ 34 ବର୍ଷୀୟ ଯୁବକଙ୍କ ଠାରେ କୋରୋନା ପଜିଟିଭ ମିଳିଥିଲା । ଏହା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ବାବ 109 ଜଣଙ୍କ ସ୍ବାବ ପରୀକ୍ଷଣ ପଠାଯିବା ପରେ 51ଟି ସ୍ବାବକୁ ସଂଗ୍ରହ କରାଯାଇଛି । ପ୍ରଥମ ପର୍ଯ୍ୟାୟ ରିପୋର୍ଟ ଆସିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ରିପୋର୍ଟ ଆସିନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details