ଓଡିଶା

odisha

By

Published : May 17, 2021, 5:02 PM IST

ETV Bharat / state

ଭୁତଳ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ସାଂସଦ

ଦେବଗଡ଼ ଜିଲ୍ଲାରେ ଦୁଇଟି ଭୂତଳ ରାସ୍ତା ନର୍ମାଣ ପାଇଁ ଦାବି । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଚିଠି ଲେଖିଲେ ଦେବଗଡ ସାଂସଦ ନିତୀଶ ଗଙ୍ଗଦେବ । ଅଧିକ ପଢନ୍ତୁ...

ଭୁତଳ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି କଲେ ସାଂସଦ
ଭୁତଳ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି କଲେ ସାଂସଦ

ଦେବଗଡ଼: ଦେବଗଡ ଜିଲ୍ଲା ଦେଇ ଅତିକ୍ରମ କରିଥିବା ମୁମ୍ବାଇ କଲିକତା 49 ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଯାତାୟତ ସମସ୍ୟାକୁ ଦେଖି ଜିଲ୍ଲାରେ ଅନ୍ତତଃ ଦୁଇଗୋଟି ଭୂତଳ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ନିକଟରେ ଦାବି ହୋଇଛି । ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନିକଟରେ ଦାବି ଉପସ୍ଥାପିତ କରିଛନ୍ତି ସମ୍ବଲପୁର ଲୋକସଭା ସାଂସଦ ନିତୀଶ ଗଙ୍ଗଦେଵ ।

ଭୁତଳ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି କଲେ ସାଂସଦ

ଜିଲ୍ଲା ଦେଇ ଅତିକ୍ରମ କରିଥିବା ମୁମ୍ବାଇ କଲିକତା 49 ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ପ୍ରାୟତଃ ସମାପ୍ତ ହେବାକୁ ବସିଥିବା ବେଳେ ଜିଲ୍ଲାର ବାରକୋଟ ବ୍ଲକ କଣ୍ଢଳ ଗ୍ରାମ ଓ ଦେବଗଡ଼ ପୋୖରାଞ୍ଚଳ ଅନ୍ତର୍ଗତ ନିଳବେର୍ଣ୍ଣି ସାହି ବାଇପାସ ଛକ ଠାରେ ଲୋକେ ରାସ୍ତା ପାରିହୋଇ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବ୍ୟସ୍ତବହୁଳ ରାଜପଥରେ ଅତ୍ୟଧିକ ଯାନବାହନ ଚଳାଚଳ କରୁଥିବାରୁ ରାସ୍ତା ପାରିହେବା ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେବାର ଯଥେଷ୍ଟ ଆଶଙ୍କା ରହିଛି ।

ଭୁତଳ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି କଲେ ସାଂସଦ

ସେହି ଦୃଷ୍ଟିରୁ ଉକ୍ତ ଦୁଇଗୋଟି ସ୍ଥାନରେ ଭୂତଳ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ଦୀର୍ଘ ସମୟ ହେବ ଦାବି କରି ଆସୁଛନ୍ତି । ମାତ୍ର ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନନେବାରୁ ବିଗତ କିଛିଦିନ ପୂର୍ବରୁ କଣ୍ଢଳ ଗ୍ରାମବାସୀ ଓ ଦେବଗଡ଼ ସହରବାସୀ ଉକ୍ତ ଦୁଇଗୋଟି ସ୍ଥାନରେ ଭୂତଳ ରାସ୍ତା ନିର୍ମାଣ ପାଇଁ ସସମ୍ବଲପୁର ଲୋକସଭା ସାଂସଦ ନିତୀଶ ଗଙ୍ଗଦେଵଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଂସଦ ଗଙ୍ଗଦେଵ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଲୋକଙ୍କ ଦାବିର ଗୁରୁତ୍ୱ ଉପଲବ୍ଧି କରି ଜିଲ୍ଲାରେ ଦୁଇଗୋଟି ଭୂତଳ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ।

କେନ୍ଦ୍ରମନ୍ତ୍ରୀ ଗଡକରି ଏଥି ନିମ୍ନରେ ସହମତି ପ୍ରକାଶ କରିବା ପରେ ଜାତୀୟ ରାଜମାର୍ଗ ପ୍ରାଧିକରଣ( NHAI ) ପ୍ରୋଜେକ୍ଟ ଡ଼ାଇରେକ୍ଟର ତଥା ଜେନେରାଲ ମ୍ୟାନେଜର କଣ୍ଢଳ ଛକ CH-460+810 (Rs 10.157 crores ) ଓ ଦେବଗଡ଼ ବାଇପାସ CH - 476+850 (Rs 18.677 Crores ) ର ଦୁଇଗୋଟି ଏଷ୍ଟିମେଟ କରି ଅନୁମୋଦନ ପାଇଁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଙ୍କ ନିକଟକୁ ପଠାଇଥିବା ଜଣାଯାଇଛି ଉପରୋକ୍ତ ଦୁଇଗୋଟି ଭୂତଳ ରାସ୍ତା ନିର୍ମାଣ ହେଲେ 49 ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣା ହାର କମିବା ସଙ୍ଗେସଙ୍ଗେ ଜିଲ୍ଲାବାସୀ ଉପକୃତ ହେବା ନେଇ ମଧ୍ୟ ପ୍ରକାଶ ପାଇଛି ।

ଦେବଗଡ଼ରୁ ସରୋଜ ଶତପଥି ,ଇଟିଭି ଭାରତ

ABOUT THE AUTHOR

...view details