ଓଡିଶା

odisha

ETV Bharat / state

ସାଂସଦ ବିଧାୟକ କଳି, ମାନହାନୀ ମକଦ୍ଦମା ଚେତାବନୀ ଦେଲେ ରାଣୀ ଅରୁନ୍ଧତୀ - ବିଧାୟକ ସୁବାସ ପାଣିଗ୍ରାହୀ

ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ପୂର୍ବରୁ ଥିବା ଲୋକପ୍ରିୟତା ହରାଇ ସାରିଛନ୍ତି। ସେ ଲୋକସଭା କିମ୍ବା ବିଧାନସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କଲେ ହାରିବା ନିଶ୍ଚିତ’ ବୋଲି ଗତକାଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ବିଧାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ପାରିବାରିକ ବିବାଦରେ ଛନ୍ଦି ହେବା ପରେ ସମ୍ବଲପୁର ସାଂସଦଙ୍କ ଲୋକପ୍ରିୟତା କମିଯାଇଛି। ଅଧିକ ପଢନ୍ତୁ

ସାଂସଦ ବିଧାୟକ କଳି, ମାନହାନୀ ମକଦ୍ଦମା ଚେତାବନୀ ଦେଲେ ରାଣୀ ଅରୁନ୍ଧତୀ
ସାଂସଦ ବିଧାୟକ କଳି, ମାନହାନୀ ମକଦ୍ଦମା ଚେତାବନୀ ଦେଲେ ରାଣୀ ଅରୁନ୍ଧତୀ

By ETV Bharat Odisha Team

Published : Oct 14, 2023, 6:08 PM IST

ଦେବଗଡ: ଦେବଗଡ ଜିଲ୍ଲା ବିଜେପିରେ ଫାଟ । ଦଳୀୟ ନେତାଙ୍କ ନିର୍ଦ୍ଦେଶନାମା କାମରେ ଆସୁନି । ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ସାଂସଦ ନିତେଶ ଗଙ୍ଗଦେଵଙ୍କ ମଧ୍ୟରେ ବଢିବାରେ ଲାଗିଛି ତିକ୍ତତା । ସମ୍ବଲପୁର ଲୋକସଭା ସାଂସଦ ଗଙ୍ଗଦେଵଙ୍କ କାର୍ଯ୍ୟକଳାପ ତଥା ପାରିବାରିକ କନ୍ଦଳକୁ ନେଇ ବିଧାୟକ ସୁବାସ ପାଣିଗ୍ରାହୀ ମିଡିଆ ସାମ୍ନାରେ ଗତକାଲି ବିସ୍ଫୋରକ ବୟାନ ଦେଇଛନ୍ତି । ସେପଟେ ବିଧାୟକ ପାଣିଗ୍ରାହୀଙ୍କ ବିଗତ ଦିନର ବିବାଦୀୟ କାର୍ଯ୍ୟକଳାପ ଓ ଲୋକପ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିତେଶ ଗଙ୍ଗଦେଵଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀ । ଯାହାକୁ ନେଇ ବିଜେପି ଦଳରେ ଥିବା ଗୋଷ୍ଠୀ କନ୍ଦଳ ବର୍ତ୍ତମାନ ଚରମ ସୀମାରେ ପହଞ୍ଚିଛି ।

ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ପୂର୍ବରୁ ଥିବା ଲୋକପ୍ରିୟତା ହରାଇ ସାରିଛନ୍ତି । ସେ ଲୋକସଭା କିମ୍ବା ବିଧାନସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କଲେ ହାରିବା ନିଶ୍ଚିତ’ ବୋଲି ଗତକାଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ବିଧାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ପାରିବାରିକ ବିବାଦରେ ଛନ୍ଦି ହେବା ପରେ ସମ୍ବଲପୁର ସାଂସଦଙ୍କ ଲୋକପ୍ରିୟତା କମିଯାଇଛି । ସେ ଲୋକଙ୍କ ପାଖକୁ ଯାଉନାହାନ୍ତି କି ସେମାନଙ୍କ ସମସ୍ୟା ବୁଝୁନାହାନ୍ତି । ଏପରିକି ପୂର୍ବର ପଞ୍ଚାୟତ କି ପୌର ନିର୍ବାଚନ ବେଳେ ବି ସାଂସଦଙ୍କ ଦେଖା ମିଳିନଥିଲା । ସାଂସଦ ସମ୍ବଲପୁର ଲୋକସଭା କ୍ଷେତ୍ର କିମ୍ବା ଦେବଗଡ ବିଧାନସଭା ଆସନରୁ ଯଦି ପ୍ରତିଦ୍ବନ୍ଦ୍ବିତା କରିବେ ତା'ହେଲେ ହାରିବା ନିଶ୍ଚିତ । ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଦେବଗଡରୁ ଶାସକ ଦଳର ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହେବେ ବୋଲି ଆଶା ବାନ୍ଧିଥିବା ବିଧାୟକ କହିଛନ୍ତି ।

ଅଧିକ ପଢନ୍ତୁ- ବଢିଲା ସୁବାସ-ନୀତେଶ କଳି: ସ୍ତ୍ରୀଙ୍କ ଦ୍ବାରା ଗୃହବନ୍ଦୀ ସମ୍ବଲପୁର ସାଂସଦ !

ସେପଟେ ବିଧାୟକ ସୁବାସଙ୍କ ମନ୍ତବ୍ୟକୁ ଖଣ୍ଡନ କରି ଏହାର ତୀବ୍ର ବିରୋଧ କରିଛନ୍ତି ସମ୍ବଲପୁର ସାଂସଦ ଗଙ୍ଗଦେଵଙ୍କ ଧର୍ମପତ୍ନୀ ତଥା ଦେବଗଡ ରାଣୀ ଅରୁନ୍ଧତୀ ଦେବୀ । ରାଣୀ ଅରୁନ୍ଧତୀ କହିଛନ୍ତି ‘‘ରାଜ ପରିବାର ସର୍ବଦା ଲୋକଙ୍କ ପାଖରେ ରହିଛି । ଲୋକଙ୍କ ପାଇଁ କାମ କରୁଛି । କିନ୍ତୁ ରାଜନୈତିକ ଆକ୍ରୋସ ରଖି ବିଧାୟକ ଯେଉଁସବୁ ଅଭିଯୋଗ କରିଛନ୍ତି ସେସବୁ ମିଥ୍ୟା ଓ ଭିତ୍ତିହୀନ । ଏକ କୁଚକ୍ରାନ୍ତ ଗୋଷ୍ଠୀ ସାଂସଦଙ୍କ କାର୍ଯ୍ୟରେ ସର୍ବଦା ବିରୋଧ କରି ଆସୁଛନ୍ତି । ଖୋଦ ବିଧାୟକ ନିଜେ ବିଭିନ୍ନ ବିବାଦୀୟ ଘଟଣାରେ ଛନ୍ଦିହୋଇ ଲୋକପ୍ରିୟତା ହରାଇ ସାରିଛନ୍ତି । ବିଧାନସଭାରେ ସାନିଟାଇଜର ପିଇବା ହେଉ କି, ରଙ୍ଗମାଟିଆ ଶିଶୁହତ୍ୟା ଘଟଣା ହେଉ କିମ୍ବା ମିଶନ ଶକ୍ତି ମହିଳାଙ୍କ ଦ୍ଵାରା ନିର୍ମାଣାଧୀନ ପାଚେରୀ ଭଙ୍ଗା ଘଟଣା ହେଉ, ସବୁକ୍ଷେତ୍ରରେ ବିଧାୟକ ବାରମ୍ବାର ବଦନାମ ହୋଇଛନ୍ତି । ଖୋଦ ବିଧାୟକଙ୍କ ପୁଅ ନାମରେ ଏକ ଦୁଷ୍କର୍ମ ଅଭିଯୋଗ ରହିଛି । ବିଧାୟକ ପାରିବାରିକ ଘଟଣା ନେଇ ରାଜନୀତି କରିବା ବନ୍ଦ ନକଲେ ତାଙ୍କ ନାମରେ ମାନହାନି ମକଦମା କରିବାକୁ ଅରୁନ୍ଧତୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଦେଓଗଡ

ABOUT THE AUTHOR

...view details