ଓଡିଶା

odisha

By

Published : Oct 22, 2022, 10:58 PM IST

ETV Bharat / state

କଳଙ୍କିତ ହେଲା ଗୁରୁଙ୍କ ଗାରିମା : ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରି ଶିକ୍ଷକ ଗିରଫ

ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରି ଶିକ୍ଷକ ଗିରଫ । ଶିକ୍ଷକ ଭୁଲିଗଲେ ହିତାହିତ ଜ୍ଞାନ । ବିଜ୍ଞାନ ପାଠ ପଢାଇବା ବାହାନାରେ ଛାତ୍ରୀଙ୍କୁ ଅଫିସ ରୁମକୁ ଡାକି ଅଶାଳୀନ ବ୍ୟବହାର କଲେ ଶିକ୍ଷକ । ଅଧିକ ପଢନ୍ତୁ

କଳଙ୍କିତ ହେଲା ଗୁରୁଙ୍କ ଗାରିମା
କଳଙ୍କିତ ହେଲା ଗୁରୁଙ୍କ ଗାରିମା

ଦେବଗଡ: ଶିକ୍ଷକ ଭୁଲିଗଲେ ହିତାହିତ ଜ୍ଞାନ । କଳଙ୍କିତ ହେଲା ଗୁରୁଙ୍କ ଗାରିମା । ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଦାଗ । ବିଜ୍ଞାନ ପାଠ ପଢାଇବା ବାହାନାରେ ଛାତ୍ରୀଙ୍କୁ ଅଫିସ ରୁମକୁ ଡାକି ଅଶାଳୀନ ବ୍ୟବହାର କଲେ ଶିକ୍ଷକ । ଅଭିଯୋଗ ପରେ ଶିକ୍ଷକଙ୍କୁ ମାଡ ମାରିଲେ ଗ୍ରାମବାସୀ । ଏହାପରେ ଶିକ୍ଷକ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ସିଆରିମାଳିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଗିରଫ ଶିକ୍ଷକ ହେଉଛନ୍ତି ସନ୍ତୋଷ କୁମାର ସାହୁ ।

କଳଙ୍କିତ ହେଲା ଗୁରୁଙ୍କ ଗାରିମା

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ସିଆରିମାଳିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା । ଏହି ସମୟରେ ବିଦ୍ୟାଳୟରେ ଅବସ୍ଥାପିତ ଥିବା ଶିକ୍ଷକ ସନ୍ତୋଷ କୁମାର ସାହୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ପାଠ ପଢ଼ାଇବା ଆଳରେ ଅଫିସ ରୁମକୁ ଏକାନ୍ତରେ ଡାକିଥିଲେ । ଏହା ପରେ ଛାତ୍ରୀ ଜଣଙ୍କୁ ଡ୍ରେସ ଉପରକୁ ଟେକିବା ପାଇଁ କହିଥିଲେ । ଏହାପରେ ନାବାଳିକାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Cyclone Alert: ଅକ୍ଟୋବର ୨୬ ଯାଏଁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ

ଏହି ସମୟରେ କେହି ଜଣେ ବାହାରୁ ଡାକିବାରୁ ଛାତ୍ରୀ ଜଣକ ଏହାର ସୁଯୋଗ ପାଇ ଶିକ୍ଷକ କବଳରୁ ଦୌଡ଼ି ପଳାଇ ଆସିଥିଲେ । ବିଦ୍ୟାଳୟ ଛୁଟି ହେବାପରେ ଘରକୁ ଫେରି ଛାତ୍ରୀ ଜଣକ କାନ୍ଦିକାନ୍ଦି ସବୁ ଘଟଣା ନିଜ ମାଆଙ୍କ ଆଗରେ ପ୍ରକାଶ କରିଥିଲେ । ପିଡିତା ଛାତ୍ରୀର ପିତା ମାତା ଆଜି ଏ ସମ୍ପର୍କରେ ବିଦ୍ୟାଳୟ କମିଟି କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଘଟଣା ସମ୍ପର୍କରେ ଜାଣିବା ପରେ ବିଦ୍ୟାଳୟ କମିଟି କର୍ମକର୍ତ୍ତାଙ୍କ ସହିତ ସିଆରିମାଳିଆ ଗ୍ରାମବାସୀ ଏକତ୍ରିତ ହୋଇ ରସିକିଆ ଶିକ୍ଷକଙ୍କୁ ମାଡ ମାରି ବିଦ୍ୟାଳୟରେ ଅଟକ ରଖିଥିଲେ । ଏହାପରେ ତୁରନ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଖଇରପାଲି ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ସିଆରିମାଳିଆ ବିଦ୍ୟାଳୟରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ଵାରା ଅଟକ ଥିବା ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ସହିତ ଏସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି ।

ଶିକ୍ଷକ ଜଣକ ବହୁ ପୂର୍ବରୁ ଛାତ୍ରୀ ମାନଙ୍କ ସହିତ ଏଭଳି ଅଶାଳୀନ ବ୍ୟବହାର କରି ଆସୁଥିଲେ ସୁଦ୍ଧା ଲୋକଲଜ୍ୟା ଭୟରେ କେହି ଏହାକୁ ପ୍ରକାଶ କରୁନଥିବା ଜଣାଯାଇଛି । ଗୁରୁ ଶିଷ୍ୟ ସମ୍ପର୍କକୁ କଳଙ୍କିତ କରିଥିବା ଏହି ଶିକ୍ଷକଙ୍କ ବିରୋଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।


ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details