ଓଡିଶା

odisha

ETV Bharat / state

ଦେବଗଡ଼ରେ ସ୍ଵଚ୍ଛ ମିଶନର ଅସ୍ବଚ୍ଛ ଚିତ୍ର - deogarh swachha mission fail

ଗୋଟିଏ ପଟେ ଦେବଗଡ଼ ଜିଲ୍ଲା ପ୍ରଶାସନ ସ୍ଵଛ ମିଶନରେ ସଫଳତା ପାଇଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟ ପଟେ ଏହି ସ୍ଵଚ୍ଛତାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ରିଆମାଳ ବ୍ଲକ ମଲେହିପଡା ଗାଁରେ । ଅଧିକ ପଢନ୍ତୁ...

ଦେବଗଡ଼ ଜିଲ୍ଲାରେ ସ୍ଵଛ ମିଶନର ଅସ୍ବଚ୍ଛ ଚିତ୍ର
ଦେବଗଡ଼ ଜିଲ୍ଲାରେ ସ୍ଵଛ ମିଶନର ଅସ୍ବଚ୍ଛ ଚିତ୍ର

By

Published : Nov 9, 2020, 9:11 PM IST

ଦେଓଗଡ: ଗୋଟିଏ ପଟେ ଦେବଗଡ଼ ଜିଲ୍ଲା ପ୍ରଶାସନ ସ୍ଵଚ୍ଛ ମିଶନରେ ସଫଳତା ପାଇଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟ ପଟେ ଏହି ସ୍ଵଛତାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ରିଆମାଳ ବ୍ଲକ ମଲେହିପଡା ଗାଁରେ । ଗାଁରେ ଥିବା ଅଧିକାଂଶ ବ୍ୟକ୍ତିଗତ ଶୌଚାଳୟ ମାଟିରେ ମିଶି ଯାଇଥିବା ବେଳେ ଆଉ କେତେକ ଶୌଚାଳୟ ବ୍ୟବହାର ଉପଯୋଗୀ ନହୋଇ ପରିତ୍ୟକ୍ତ ଭାବେ ପଡିରହିଛି ।

ଦେବଗଡ଼ ଜିଲ୍ଲା ସରକାରଙ୍କ ସ୍ଵଛ ମିଶନରେ ସଫଳତା ପାଇଥିବା ବେଳେ ବାହ୍ୟ ମଳମୁକ୍ତ ଜିଲ୍ଲା ଭାବେ ମଧ୍ୟ ସରକାରୀ ସ୍ତରରେ ମାନ୍ୟତା ପାଇଛି । ତେବେ ଜିଲ୍ଲାର ବାସ୍ତବ ସ୍ଥିତି ଯେ ସମ୍ପୂର୍ଣ୍ଣ ଭିନ୍ନ ତାହା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ବେଶ ବାରି ହୋଇପଡୁଛି ।

ରିଆମାଳ ବ୍ଲକ ମଲେହିପଡା ଗାଁ ଏହାର ଏକ ନଗ୍ନ ଦୃଷ୍ଟାନ୍ତ । ଗତ 2016 ମସିହାରେ ସରକାରଙ୍କ ସ୍ଵଛ ମିଶନ ମାଧ୍ୟମରେ ଗାଁର ରାଜାମୁଣ୍ଡା ସାହିରେ ନିର୍ମାଣ କରାଯାଇଥିଲା 40ରୁ ଉର୍ଦ୍ଧ ବ୍ୟକ୍ତିଗତ ଶୌଚାଳୟ ।

ଦେବଗଡ଼ ଜିଲ୍ଲାରେ ସ୍ଵଛ ମିଶନର ଅସ୍ବଚ୍ଛ ଚିତ୍ର

ହିତାଧିକାରୀ ନିଜେ ଏହି ଶୌଚାଳୟ ନିର୍ମାଣ କରିବାକୁ ନିୟମ ରହିଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ସଲାସୁତରା କରି କିଛି ମୁନାଫାଖୋର ଠିକାଦାର ଏହାର ନିର୍ମାଣ କାର୍ଯ୍ୟ କରାଇଥିଲେ ।

ଦେବଗଡ଼ ଜିଲ୍ଲାରେ ସ୍ଵଛ ମିଶନର ଅସ୍ବଚ୍ଛ ଚିତ୍ର

ଯାହାକି ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଶୌଚାଳୟ ଗୁଡିକ ନିର୍ମାଣର କିଛିଦିନ ନପୁରୁଣୁ ଗୋଟିକ ପରେ ଗୋଟିଏ ମାଟିରେ ମିଶିଗଲା । ଆଉ କେତେକ ଶୌଚାଳୟର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ଛାଡି ଠିକାଦାର ଚମ୍ପଟ ମାରିଥିବାରୁ ସେଗୁଡିକ ବ୍ୟବହାର ଉପଯୋଗୀ ନହୋଇ ପରିତ୍ୟକ୍ତ ଭାବେ ପଡିରହିଛି ।

ଦେବଗଡ଼ ଜିଲ୍ଲାରେ ସ୍ଵଛ ମିଶନର ଅସ୍ବଚ୍ଛ ଚିତ୍ର

ଫଳରେ ସରକାର ଯେଉଁ ଲକ୍ଷରେ ଅଜସ୍ର ଅନୁଦାନ ବ୍ୟୟରେ ଏହି ଶୌଚାଳୟ ଗୁଡିକ ନିର୍ମାଣ କରିଥିଲେ ସେ ଲକ୍ଷ ପୂରଣ ହୋଇପାରିଲା ନାହିଁ । ଏକ ମହତ ଉଦ୍ଦେଶ୍ୟ ରଖି ସରକାର ଆରମ୍ଭ କରିଥିଲେ ସ୍ବଚ୍ଛମିଶନ କାର୍ଯ୍ୟକ୍ରମ । ମାତ୍ର ଏହାର ପରିଚାଳନା ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏହାର ସୁଫଳ ସାଧାରଣ ଲୋକେ ପାଇପାରିଲେ ନାହିଁ ।

ଦେଓଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details