ଓଡିଶା

odisha

ETV Bharat / state

ମହଙ୍ଗା ପଡିଲା ଲାଞ୍ଚ ନେବା, ନିଲମ୍ବିତ ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ - ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୀଳାବତୀ ବେହେରା ନିଲମ୍ବିତ

ଭତ୍ତା କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ । ଧରା ପଡ଼ିଗଲା ପରେ ଦେବଗଡ଼ ଜିଲ୍ଲା ଟିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୀଳାବତୀ ବେହେରା ହେଲେ ନିଲମ୍ବିତ । ଅଧିକ ପଢ଼ନ୍ତୁ

ଲାଞ୍ଚ ନେଇ ଧରାପଡ଼ିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ
ଲାଞ୍ଚ ନେଇ ଧରାପଡ଼ିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

By

Published : Jul 10, 2022, 7:05 AM IST

ଦେବଗଡ଼:ଭତ୍ତା କରାଇ ଦେବାକୁ ଅସହାୟ ବୃଦ୍ଧାଙ୍କ ଠାରୁ ପାଞ୍ଚଶହ ଟଙ୍କା ଲାଞ୍ଚ ନେବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରୁ ନିଲମ୍ବିତ ହେଲେ ଦେବଗଡ଼ ଜିଲ୍ଲା ଟିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୀଳାବତୀ ବେହେରା ।

ସୂଚନା ଅନୁଯାୟୀ, ଗତ ସୋମବାର ଦିନ ତିଳେଇବଣି ବ୍ଲକ ସୁଗୁଡା ପଞ୍ଚାୟତରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଉପସ୍ଥିତିରେ ଯୁଗ୍ମ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଜଣେ ଅସହାୟ ବୃଦ୍ଧା ସେଠାରେ ପହଞ୍ଚି ତାଙ୍କର ବାର୍ଦ୍ଧକ୍ୟ ଭତ୍ତା କରାଇ ଦେବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୀଳାବତୀ ବେହେରା ତାଙ୍କ ପାଖରୁ ପାଞ୍ଚଶହ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ ।

ଜିଲ୍ଲାପାଳ ଏଥିରେ ବିରକ୍ତି ପ୍ରକାଶ କରିବା ସହିତ ତୁରନ୍ତ ଏହି ଅଭିଯୋଗର ତଦନ୍ତ କରି ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗର ତଦନ୍ତ କରାଯାଇ ସତ୍ୟାସତ୍ୟ ଜଣା ପଡିବା ପରେ ଶନିବାର ଜିଲ୍ଲାପାଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୀଳାବତୀ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details