ଦେବଗଡ଼:ଲଗାଣ ବର୍ଷାରେ ଭାଙ୍ଗିଲା ଶ୍ରେଣୀଗୃହ କାନ୍ଥ । ବାରଣ୍ଡାରେ ବସି ପାଠ ପଢୁଛନ୍ତି କୁନିକୁନି ଛାତ୍ରଛାତ୍ରୀ । ସେହିପରି ବିଦ୍ୟାଳୟର ଅନ୍ୟ ଶ୍ରେଣୀ କୋଠରୀ ଛାତରୁ ଗଳୁଛି ପାଣି । ବାରଣ୍ଡା ଏବଂ ଭଙ୍ଗା ଶ୍ରେଣୀଗୃହ ମଧ୍ୟରେ ବିପଦ ସଂକୁଳ ଅବସ୍ଥାରେ ଗଢ଼ା ଚାଲିଛି ଭବିଷ୍ୟତ । ରାଜ୍ୟ ସରକାର ଶିକ୍ଷାର ବିକାଶ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ସାମନ୍ତରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ସାମନ୍ତରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରଣୀ ଗୃହ ଭଗ୍ନ ଅବସ୍ଥାରେ ରହିଛି । 1971 ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 79 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏଠାରେ ଶିକ୍ଷାଦାନ ପାଇଁ 9 ଜଣ ସ୍ଥାୟୀ ଓ 2 ଜଣ ଅସ୍ଥାୟୀ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ଦୁର୍ବଳ ଅବସ୍ଥାରେ ଥିବା ପୁରୁଣା ଶ୍ରେଣୀ ଗୃହଟି ଗତ ବର୍ଷାରେ ଭୁଶୁଡି ପଡିଛି । ଆଉ ରହିଥିବା ମାତ୍ର 3 ଟି ଶ୍ରେଣୀ କୋଠରୀ ମଧ୍ୟରୁ 2 ଟି ଶ୍ରେଣୀ କୋଠରୀରେ ଛାତରୁ ପାଣି ଗଳୁଥିବା ବେଳେ ଏହା ବିପଦପୂର୍ଣ୍ଣ ଭାବରେ ଥିବାରୁ ଗୋଟିଏ କୋଠରୀରେ ଛାତ୍ରଛାତ୍ରୀ ବସୁଛନ୍ତି । ସେହିପରି ବିଦ୍ୟାଳୟରେ ସ୍ଥାନ ଅଭାବରୁ ବାରଣ୍ଡାରେ ବସି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେବେ ଆବଶ୍ୟକ ଶ୍ରେଣୀ କୋଠରୀ ଅଭାବରୁ ପିଲାଙ୍କ ପାଠପଢାରେ ବହୁ ସମସ୍ୟା ଦେଖା ଦେଉଛି ।
ଏହା ମଧ୍ୟ ପଢ଼ନ୍ତୁ....ଶ୍ରେଣୀ ଗୃହରେ ପଡିଛି ତାଲା, ବାରଣ୍ଡାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ