ଓଡିଶା

odisha

ETV Bharat / state

ଅଚଳ ହୋଇପଡିଛି ସୋଲାର ଜଳ ପ୍ରକଳ୍ପ, ପାଣି ପାଇଁ ହନ୍ତସନ୍ତ ଲୋକେ - ଦେବଗଡରେ ଜଳ ସମସ୍ୟା

ବର୍ଷେ ହେଲା ଅଚଳ ହୋଇ ପଡିଛି ସୋଲାର ପାନୀୟ ଜଳ ପ୍ରକଳ୍ପ । ପିଇବା ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତ ଅନ୍ତର୍ଗତ ଆମ୍ବପାଳ ଗାଁରେ ।

solar water project in debgarh, debgarh water problem, debgarh latest news, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ଦେବଗଡରେ ଜଳ ସମସ୍ୟା, ଦେବଗଡରେ ସୋଲାର ଜଳ ପ୍ରକଳ୍ପ
ଅଚଳ ହୋଇ ପଡିଛି ସୋଲାର ଜଳ ପ୍ରକଳ୍ପ, ପାଣି ପାଇଁ ହନ୍ତସନ୍ତ ଲୋକେ

By

Published : Jan 2, 2020, 9:26 PM IST

ଦେବଗଡ: ବର୍ଷେ ହେଲା ଅଚଳ ହୋଇ ପଡିଛି ସୋଲାର ପାନୀୟ ଜଳ ପ୍ରକଳ୍ପ । ପିଇବା ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତ ଅନ୍ତର୍ଗତ ଆମ୍ବପାଳ ଗାଁରେ । ଏହି ଗାଁରେ ରୁହନ୍ତି ପ୍ରାୟ 30 ପରିବାର । ଯାହାଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଗାଁରେ ଗତ 2016-17 ମସିହାରେ ସରକାର ନିର୍ମାଣ କରିଥିଲେ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ।

ଅଚଳ ହୋଇ ପଡିଛି ସୋଲାର ଜଳ ପ୍ରକଳ୍ପ, ପାଣି ପାଇଁ ହନ୍ତସନ୍ତ ଲୋକେ

ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପାନୀୟ ଜଳ ପ୍ରକଳ୍ପରେ ବ୍ୟୟ ହୋଇଥିଲା ଲକ୍ଷାଧିକ ଟଙ୍କା । ଏହାଦ୍ବାରା ଗ୍ରାମବାସୀଙ୍କ ପାନୀୟ ଜଳ ସଙ୍କଟ କେତେକାଂଶରେ ଦୂର ହୋଇଥିଲା । ମାତ୍ର ଆଜିକୁ ବର୍ଷେ ହେଲା ଅଚଳ ହୋଇ ପଡିଛି ଏହି ଜଳ ପ୍ରକଳ୍ପ । ଗ୍ରାମବାସୀ ଭୋଗୁଛନ୍ତି ପାନୀୟ ଜଳ ସମସ୍ୟା । ଗାଁରେ ଥିବା ଅନ୍ୟ ନଳକୂପଗୁଡିକରୁ ପିଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଲୋକେ ଗାଁ ନିକଟସ୍ଥ ରେଙ୍ଗାଳି ଜଳଭଣ୍ଡାରର ତୋଡାପାଣି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡିଛନ୍ତି ।

ତେଣେ ଜଳଭଣ୍ଡାରର ଦୂଷିତ ପାଣି ପିଇ ଲୋକେ ନାନା ରୋଗବ୍ୟାଧିରେ ପଡୁଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ସମୟ ହେବ ଗାଁରେ ଅଚଳ ହୋଇ ପଡିଥିବା ଏହି ସୋଲାର ପାନୀୟ ଜଳ ପ୍ରକଳ୍ପକୁ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ଫଳରେ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details