ଓଡିଶା

odisha

By

Published : Nov 20, 2021, 6:03 PM IST

Updated : Nov 20, 2021, 7:03 PM IST

ETV Bharat / state

Snake Venom Smuggling: ଫରୁଆ ଭିତରେ ଥିଲା 1.5 କୋଟିର ସାପ ବିଷ, 2 ଗିରଫ

ଦେବଗଡ ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ବାର୍ଡ କୋଟିଏରୁ ଉର୍ଦ୍ଧ ଟଙ୍କାର କୋବ୍ରା ବିଷ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

snake venom seize in  deogarh 2 arrested
ନାଗସାପ ବିଷ ଚୋରାଚାଲାଣ 2 ଗିରଫ, କୋଟିଏରୁ ଉର୍ଦ୍ଧ ଟଙ୍କାର ବିଷ ଜବତ

ଦେବଗଡ:ନାଗ ସାପ ବିଷ ଚୋରାଚାଲାଣ (Snake Venom Smuggling) ବେଳେ 2 ଗିରଫ । ଏକ କୋଟିରୁ ଉର୍ଦ୍ଧ ଟଙ୍କା (ପ୍ରାୟ 1.5 କୋଟି)ର ବିଷ ଜବତ । ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସଦରଥାନା ଅଞ୍ଚଳର ସିନ୍ଦୁରପଙ୍କ ଗ୍ରାମର କୈଳାସ ସାହୁ ଓ ଧନୁପାଲି ଥାନାଅଞ୍ଚଳ ସାକ୍ଷୀପଡ଼ା ଅଞ୍ଚଳର ରଞ୍ଜନ କୁମାର ପାଢ଼ୀ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାରୁ ଦେବଗଡ ଜିଲ୍ଲାର ଜଣେ ବେପାରୀଙ୍କ ସହାୟତାରେ ବେଆଇନ ସାପ ବିଷ କାରବାର ହେଉଥିବା ସୂଚନା ପାଇ ଦେବଗଡ଼ ପୋଲିସ ସ୍ପେଶାଲ ସ୍କ୍ବାର୍ଡ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ବରେ ଏକ ସ୍ପେଶାଲ ସ୍କ୍ବାର୍ଡ ଗ୍ରାହକ ବେଶରେ ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଅଞ୍ଚଳରେ ପହଞ୍ଚିଥିଲା ।

ନାଗସାପ ବିଷ ଚୋରାଚାଲାଣ 2 ଗିରଫ, କୋଟିଏରୁ ଉର୍ଦ୍ଧ ଟଙ୍କାର ବିଷ ଜବତ

ସେଠାରେ ଅଭିଯୁକ୍ତ ଦ୍ବୟ ଏକ କାଚ ପାତ୍ରରେ ଏକ କିଲୋ ଓଜନର କୋବ୍ରା ବିଷ ଦେଖାଇବା ସହ ଗ୍ରାହକ ବେଶରେ ଥିବା ସ୍ପେଶାଲ ସ୍କ୍ବାର୍ଡଙ୍କ ଠାରୁ ଦେଢ଼ କୋଟି ଟଙ୍କା ଦାବି କରିଥିଲେ । ପରେ ଛଦ୍ମ ବେଶରେ ଥିବା ସ୍ପେଶାଲ ସ୍କ୍ବାର୍ଡ ଉଭୟଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଏକ କେଜି ଓଜନର ଥିବା ସ୍ନେକ ଭେନମ ଓ ୨ଟି ମୋବାଇଲ ଫୋନ ଜବତ କରିବା ସହ ପଚରାଉଚୁରା ପରେ ଗିରଫ କରିଛି।

ସେହିପରି ସେମାନଙ୍କ ବିରୁଦ୍ଧରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନାରେ ଠକେଇ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରିଆମାଳ ଥାନାଧିକାରୀ ଗୋପବନ୍ଧୁ ବେହେରା ପ୍ରକାଶ କରିଛନ୍ତି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

Last Updated : Nov 20, 2021, 7:03 PM IST

ABOUT THE AUTHOR

...view details